ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡିବା ନେଇ ବ୍ଲକ ଅଧ୍ୟକ୍ଷା ଅସନ୍ତୁଷ୍ଟ

Spread the love
  •  
  •  
  •  
  •  
  •  

ବଡ଼ସାହି,୦୬.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)- ଏହି ଥାନା ଅଧୀନ କୋଚିଳାଝୁଟା ଫଚାୟତ ପାଉଁଶିଆ ବନ୍ଧରେ ଅସାମାଜିକଙ୍କ ଦ୍ବାରା ଉନ୍ମତ କାଣ୍ଡ ଭିଆଯାଇଥିବା ଘଟଣାର ଅପରାଧିଙ୍କୁ ପୁଲିସ ତଦନ୍ତ ନକରି ନୋଟିସ ଦେଇ ଛାଡିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଓ ବିଜୁ ଜନତା ଦଳର ସଭାପତି ପ୍ରକାଶ ଚନ୍ଦ୍ର ଦଳେଇଙ୍କ ସମେତ ନେତୃବୃନ୍ଦିମାନେ ବଡ଼ସାହି ଥାନାଧୁକାରୀଙ୍କ ସହ ଆଲୋଚନା କରି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି । ୩ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ‌ କରାନଗଲେ ଆଗାମୀ ଦିନରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ, ନବବର୍ଷ ପାଳନ ଅବସରରେ ପର୍ଯ୍ୟଟକମାନେ ପାଉଁଶିଆ ବନ୍ଧରେ ବଣଭୋଜି କରୁଥିଲେ । କୋଚିଳାଝୁଟାଗ୍ରାମର କିଛି ଅସାମାଜିକ ଲୋକ ମଦ୍ୟପାନ କରି ପର୍ଯ୍ୟଟକଙ୍କୁ ହଇରାଣ ହରକତ କରିବା ସହ ଆପତ୍ତିଜନକ ଇଙ୍ଗିତ ପ୍ରଦର୍ଶନ କରୁଥିଲେ । ମଦ୍ୟପ ଯୁବକମାନେ ଖାଇବା। ସ୍ଥାନରେ ପହଁଚି ଅଯଥା ଯୁକ୍ତିତର୍କ କରିବା, ଖାଦ୍ୟ ଫୋପାଡିବା ଓ ମହିଳାମାନଙ୍କୁ ଦେଖ୍ ଅର୍ଶୀଳ ଇଙ୍ଗିତ ସହିତ କୁଭାଷା ପ୍ରୟୋଗ କରିଥିଲେ । ଏହାକୁ ବିରୋଧ କରିବାରୁ ପର୍ଯ୍ୟଟକମାନଙ୍କ ମରୁ କିଛି ବ୍ୟକ୍ତି ବାହାରି ବିରୋଧ କରିଥିଲେ । ମାତ୍ର‌ ସେମାନେ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଗଣ୍ଡଗୋଳ ଭିଆଇଥିଲେ । ଯାହାର ପ୍ରତିବାଦ କରିବାକୁ ଯାଇ ଶହ ଶହ ଲୋକଙ୍କ ସମ୍ମୁଖରେ ବହୁ ଲୋକ ଆକ୍ରୋଶର ଶିକାର ହୋଇଥିବା ବେଳେ ଦୁଇଜଣ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ। ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ବଡ଼ସାହି ପୁଲିସ ପୃଥିକ ମାମଲା ରୁଜୁ କରିଥିଲା । ଏହାକୁ ଭିତି କରି ପୁଲିସ ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ତେବେ ପୁଲିସ ଘଟଣା ସ୍ଥଳକୁ ନଯାଇ ଅଭିଯୁକ୍ତମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତକୁ ନୋଟିସ ଦେଇ ଛାଡ଼ିଦେଇଥିଲେ ।

Related Posts

About The Author

Add Comment