ମଣିଷ ଦେହରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ

Spread the love
  •  
  •  
  •  
  •  
  •  

ନିଉଦିଲ୍ଲୀ, ୧୯/୮ (ସନ୍ଧନ ନିଉଜ)  : ମଣିଷ ଦେହରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଏବେ ସମ୍ଭବ। ଜନୈକ ନାମୀ ଡାକ୍ତର ଏହି ଘୋଷଣା କରିଥିବା ବେଳେ ଆଗାମୀ ୩ ବର୍ଷ ପରେ ବିଶ୍ୱରେ ଏହା ସମ୍ଭବ ହେଉଥିବ ବୋଲି ସେ କହିଛନ୍ତି। ମଣିଷ ଦେହରେ ଘୁଷୁରୀର ହାର୍ଟ ପୂର୍ବରୁ ପ୍ରଥମେ କିଡନୀ ପ୍ରତ୍ୟାରୋପଣ କରି ଦେଖାଯିବ। ଏହାର ସଫଳତା ଆଧାରରେ ହୃଦ ପ୍ରତ୍ୟାରୋପଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରସିଦ୍ଧ ବ୍ରିଟିଶ  ଡାକ୍ତର ସାର ଟେରେନ୍ସ ଇଂଗ୍ଲିସ୍ କହିଛନ୍ତି।*

*ଡା. ଇଂଗ୍ଲିସ ୪୦ ବର୍ଷ ପୂର୍ବେ ବିଶ୍ୱରେ ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ। ଚଳିତବର୍ଷ ଶେଷ ସୁଦ୍ଧା ତାଙ୍କର ଜଣେ ସହଯୋଗୀ ଡାକ୍ତର ମଣିଷ ଦେହରେ ପ୍ରଥମ ଥର ଘୁଷୁରୀର କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଉଦ୍ୟମ କରିବେ। ଏହାର ସଫଳତା ଆଗକୁ ମଣିଷର ଅଙ୍ଗ ପ୍ରତ୍ୟାରୋପଣରେ ପଶୁଙ୍କ ଅଙ୍ଗ ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଏବେ ସାରା ବିଶ୍ୱରେ ଅଙ୍ଗ ପ୍ରତ୍ୟାରୋପଣର ଚାହିଦା ବଢିବାରେ ଲାଗିଛି। କେବଳ ବ୍ରିଟେନରେ ୨୮୦ ଜଣ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଲାଗି ଅପେକ୍ଷା କରିରହିଥିବା ଏକ ହିସାବରୁ ଜଣାପଡିଛି।*

*ଏହା ପୂର୍ବରୁ ବିଭିନ୍ନ ଜୀବଙ୍କ ଅଙ୍ଗ ଓ ପ୍ରୟୋଗଶାଳାରେ ପ୍ରସ୍ତୁତ ଅଙ୍ଗ ମଣିଷ ଦେହରେ ଟ୍ରାନ୍ସପ୍ଲାଣ୍ଟର ଯୋଜନା ହୋଇ ଆସୁଛି। ନିକଟରେ ଜାପାନ ସରକାର ଏଥିଲାଗି ଅନୁମତି ପ୍ରଦାନ କରିଛନ୍ତି। ଏଣୁ ମଣିଷ ଓ ପଶୁଙ୍କ ହାଇବ୍ରିଡ ଅଙ୍ଗ ସୃଷ୍ଟି ଲାଗି ଏବେ ଚିକିତ୍ସା ବିଜ୍ଞାନରେ ଉଦ୍ୟମ ଆରମ୍ଭ ହେବ। ତେବେ ଘୁଷୁରୀର ଅଙ୍ଗ ମଣିଷ ପାଇଁ ଉପଯୁକ୍ତ ହେବ ବୋଲି କୁହାଯାଉଛି। କାରଣ ମଣିଷର ବିଭିନ୍ନ ଆନ୍ତରିକ ଅଙ୍ଗର ଆକାର ଘୁଷୁରୀର ଅଙ୍ଗ ଭଳି। ଏଣୁ ଏହି ଟ୍ରାନ୍ସପ୍ଲାଣ୍ଟ ସଫଳ ହେଲେ ବିଶ୍ୱରେ ଜେନୋ ଟ୍ରାନ୍ସପ୍ଲାଣ୍ଟେସନ ନାମରେ ନୂଆ ଚିକିତ୍ସା ପଦ୍ଧତୀର ବିକାଶ ହେବ ବୋଲି ଆଶା କରାଯାଉଛି।*

Related Posts

About The Author

Add Comment