ଅବପାତର ରୂପ ନେଲା ଲଘୁଚାପ

Spread the love

ଭୁବନେଶ୍ୱର 21/7(ସନ୍ଧାନ ନିୟୁଜ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ । ଏପରିକି ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ୧୯ ଜିଲ୍ଲାକୁ ସତର୍କ ସୂଚନା ଦେଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ରହିବାକୁ ବିଭାଗ କହଛି । ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ଡେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ସମ୍ବଲପୁର, ଦେବଗଡ଼ ଓ କୋରାପୁଟ ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି ।

Related Posts

About The Author

Add Comment