ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ଭୂଷଣ୍ଡପୁର ପଂଚାୟତ ରାଣିବନ୍ଧି ଗ୍ରାମ ରେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ପୁର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୯୩ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରି ଅବୁଦୁଲ କଲାମ ଙ୍କ ଭଳି ରାଷ୍ଟ୍ର ଭକ୍ତ ଜ୍ଞାନୀ ଗୁଣି ହୋଇ ମଧ୍ୟ୍ୟ ଜଣେ ସାଧାରଣ ଜୀବନ ଯାପନ କରିବା ବ୍ୟକ୍ତି ସାରା ବିଶ୍ୱରେ ବିରଳ. ତାଙ୍କ ଠାରୁ ସାଧାରଣ ଭଳି ରହିବା ସମସ୍ତେ ଶିକ୍ଷ୍ୟା ଲାଭ କରିବା ଦରକାର. ଏବଂ ରାଷ୍ଟ୍ର ପାଇଁ ତ୍ୟାଗ କର୍ମ, ଭଲପାଇବା ଆଜିର ସମାଜରେ ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅଥିତି ଶ୍ରୀ ନାୟକ ମତ ଦେଇଥିଲେ. ଏଥିରେ ମୁଖ୍ୟ ବକ୍ତା ଭାବେ ମହାପୁରୁଷ ହଡ଼ିଦାସ ମହା ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ତଥା ଶିକ୍ଷ୍ୟାବିତ ଡକ୍ଟର କେଦାର ନାଥ ଦାଶ ଯୋଗ ଦେଇ ଅବଦୁଲ କଲାମ ଙ୍କ ଜୀବନୀ ର ମହାନ ଘଟଣା କୁ ପ୍ରକାଶ କରିବା ସହ ଆଜିର ଯୁଗରେ ତାହା ଏକ ଭଲ ଦର୍ଶନ ସରଳ ଭାବରେ ବଂଚିବାର ମାର୍ଗ ହୋଇପାରିବ ବୋଲି ମତ ରଖିଥିଲେ.
ଏହି ସଭାରେ ପ୍ରୟାସ ର ସଭାପତି ଆଇନଜୀବି ଆଶିଷ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଭାରତ ଭୂଷଣ ପଣ୍ଡା ଅନୁଷ୍ଠାନ ର ବାର୍ଷିକ ବିବରଣୀ ପାଠ କରିଥିଲେ. ଏହି ଉତ୍ସବରେ ବ୍ୟକ୍ତିଗତ କୃତିତ୍ୱ ପାଇଁ ପରିବେଶ ବିତ ଖିରୋଦ ଜେନା ଏବଂ ରୋଗୀ ସେବା ପାଇଁ ବିକ୍ରମ କେଶରୀ ଦାଶ ଙ୍କୁ ମାନପତ୍ର ଉତ୍ତରୀୟ ଦିଆଯାଇ ସମର୍ଦ୍ଦିତ କରାଯାଇଥିଲା. ଅନୁଷ୍ଠାନ ର ସଭ୍ୟା ମାନସ କୁମାର ରାଉତ ମାନପତ୍ର ପାଠ କରିଥିବା ବେଳେ ଉତ୍କଳ ରାଜ୍ୟ ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ହୋଲି ଜେଶସ୍ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ କାମିନୀ ନାୟକ, ବାବା ଭୈରବା ନନ୍ଦ ମହାବିଦ୍ୟାଳୟର ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି, ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ୍ ସଭାପତି ଆଇନଜୀବି ଦେବରାଜ ବେହେରା, ପ୍ରାକ୍ତନ ସମିତି ସଭ୍ୟ ପବିତ୍ର ରାଉତ, ସାମ୍ବାଦିକ ଶିବରାମ, ସମିତି ସଭ୍ୟ ଜଗନ୍ନାଥ୍ ମୁଦୁଲି, ବିକାଶ ମହାପାତ୍ର, ଆଇନଜୀବି କୈଳାଶ ସାମଲ,ପ୍ରିତମ ନାୟକ ପ୍ରମୁଖ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ବହୁମୁଖୀ ଗୁଣାବଳୀ ଉପରେ ଅତିଥି ଭାବେ ଯୋଗ ଦେଇ ଆଲୋଚନା କରିଥିଲେ।
ଏହାକୁ ଅନୁଷ୍ଠାନ ପକ୍ଷରୁ ବସନ୍ତ ପଲେଇ, ସୁଶାନ୍ତ ନାୟକ, ପ୍ରସନ୍ନ ବିଶ୍ଵାଳ, ହେମଶ ଜେନା, ଦିଲ୍ଲୀପ କୁମାର ସାହୁ, ପ୍ରତାପ ଗୋଛାୟତ , ଭବତୋଷ ବିଶ୍ଵାଳ, ଇତା ବିଶ୍ଵାଳ, ବିଶ୍ୱଜିତ୍ ବରାଳ, ରାଜେନ୍ଦ୍ର ନାୟକ, ପ୍ରମୋଦ କୁମାର ମହାପାତ୍ର, ମୋହନ ମହାରଣା , କାର୍ତ୍ତିକ ଜେନା ପରିଚାଳନା କରିଥିଲେ. ସାମ୍ବାଦିକ ସୁରେନ୍ଦ୍ର ସାମଲ ଧନ୍ୟବାଦ୍ ପ୍ରଦାନ କରିଥିଲେ। ସୂଚନା ଥାଉକି ଅବଦୁଲ କଲାମ ରାଷ୍ଟ୍ରପତି ଥିବା ସମୟରେ ଏହି ଅଂଚଳ ର ରାଣୀବନ୍ଦୀ, ଖଣ୍ଡିଆବନ୍ଦୀ ଗ୍ରାମର 102 ପରିବାରକୁ ପକ୍କା ଘର ଯୋଗାଇଦେଇଥିଲେ. ଯାହାର ସ୍ମୃତି ଉଦେଶ୍ୟରେ ପ୍ରୟାସ ପକ୍ଷରୁ ପ୍ରତିବର୍ଷ ତାଙ୍କର ଜୟନ୍ତୀ ପାଳନ କରାଯାଇଆସୁଅଛି.