ଚଣ୍ଡିଖୋଲ, ୧୦/୩/୨୦ (ସନ୍ଧାନ ନିଉଜ/ମାନସ ରାଉତ) : ୧୩ ବର୍ଷ ବୟସର ଝିଅ ରେଖାକୁମାରୀ ସିଂ । ବାପା ଦିଗାଲ ସିଂ । ୧୫ବର୍ଷ ଧରି ଧର୍ମଶାଳା ବ୍ଲକ ପୁରୁଣା ବଉଳମାଳ ପଂଚାୟତ ଅଧିନ ଇଚ୍ଛାପୁର ଗ୍ରାମରେ ରହି ଆସୁଛନ୍ତି । ଝିଅଟି ପଞ୍ଚମ ଶ୍ରେଣୀରେ ପାଠ ପଢୁଛି । ଜନ୍ମରୁ ଭିନ୍ନକ୍ଷମ । ବାମ ଗୋଡଠାରୁ ଡାହାଣ ଗୋଡଟି ଛୋଟ ଓ ହାତ ଦୁଇଟି ଖହିଣି ପାଖରୁ ନାହିଁ ତଥାପି ଜୀବନ ଯୁଦ୍ଧରେ ହାରିଯାଇ ନାହିଁ । ସେହି ଛୋଟା ଗୋଡ ଓ ଅଧା ହାତରେ ପଢିବା ଲେଖିବା ସହିତ ସୁନ୍ଦର ଚିତ୍ର ମଧ୍ୟ କରିପାରୁଛି । ପ୍ରତ୍ୟେକ ଶ୍ରେଣୀରେ ଭଲ ନମ୍ବର ରଖି ପ୍ରଥମ କିମ୍ବା ଦ୍ୱୀତିୟ ହେଉଛି । ସୁମଧୁର କଣ୍ଠରେ ଗୀତ ଗାଇ ପାରୁଛି । ମାଁକୁ ସାହାର୍ଯ୍ୟ କରିବାକୁ ଯାଇ ଘରର ପ୍ରାୟ ସବୁ କାମରେ ସହେଯାଗ କରି ପାରୁଛି । ନିଜର ମୁଣ୍ଡ କୁଣ୍ଡେଇ ନପାରୁଥିବାରୁ ମା ଝିଅର ମୁଣ୍ଡ କୁଣ୍ଡାଇ ସ୍କୁଲକୁ ପଠାଇ ଦିଅନ୍ତି । ଏହି ଭିନ୍ନକ୍ଷମ ଗରିବ ଘରର ଝିଅଟିର ପାଢ ପଢିବାକୁ ଅନେକ ଅଗ୍ରହ ଥିଲେ ହେଁ ପରିବାରର ଅର୍ଥôକ ଅବସ୍ତା ତାକୁ ଆଉ ଆଗକୁ ବଢିବାକୁ ସୁଯୋଗ ଦେଉନାହିଁ । ଏପରିସ୍ଥିତିରେ ଝିଅଟି କିନ୍ତୁ ହାର ନମାନି ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଛି । ସକ୍ଷମଙ୍କ ପରି ସବୁକିଛି କରିପାରୁଥିବା ଝିଅଟି ପାଠପଢି ସରକାରୀ ଚାକିରିଟିଏ କରି ବାପାମାଆର ଦୁଖ ଦୁରକରିବାକୁ ସାହସ ବାନ୍ଧିଛି । ସବୁଥିରେ ବାଧକ ସାଜିଛି ଅର୍ଥ । ଗରିବ ଓ ଅସହାୟ, ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ଅଧିନିୟମ ୨୦୧୬ ଆଇନ ଅନୁଯାଇ ଏହି ଝିଅଟି ଯେଉଁ ସୁବିଧା ସୁଯୋଗ ପାଇବା କଥା ସେ ସବୁଥିରୁ ବଞ୍ଚôତ ରହିଛି । ବାପା ଦିଗଲ ସିଂ ଛତିଶଗଡ଼ର ଧାନବାଦରୁ ଜୀବନ ଜୀବିକା ପାଇଁ ଚାଲିଆସି ଦୀର୍ଘଦିନ ଧରି ଏହି ଚଢେଇଧରା ନିକଟବର୍ତ୍ତୀ ଇଛାପୁର ଗ୍ରାମରେ ମାସିକ ୮୦୦ଟଙ୍କା ଭଡା ସୁତ୍ରରେ ଘରଟିଏ ନେଇ ସପରିବାର ରହି ମୂଲ ମଜୁରୀରେ ଦିନ ବିତାଉଛନ୍ତି । ନିଳାଚଳ ହାର୍ଡକୋରେ ବାରମାଣଠାରେ ଖଲାସି ଭାବରେ ଦୈନିକ ଦୁଇଶହ ଟଙ୍କା ମଜୁରୀରେ ଘରଭଡା ସହିତ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋପଡିଛି । ଦୁଇଦୁଇଟି ପିଲା ଏହି ଗାଁରେ ଜନ୍ମ ଗ୍ରହଣ କରି ବଡ ହୋଇଥିବାରୁ ଆଉ ଧାନବାଦ ଫେରିବାକୁ ଇଛା କରୁନାହାଁନ୍ତି । ଦଗଲ କହନ୍ତି ପିଲାମାନେ ଏହିଠାରେ ଜନ୍ମ ହୋଇ ବଡ଼ ହୋଇଛନ୍ତି ତେଣୁ ଆଉ ଏ ଯାଗା ଛାଡି ଜିବାକୁ ଆମର ଇଚ୍ଛା ନାହିଁ । ଝିଅର ଭବିଷ୍ୟତ କଥା ପଚାରିବାରୁ ମା ଉର୍ମୀଳା ସିଂ କହନ୍ତି “ବେଟି ଜବ ଜନମ ହୁଇଥି ତବ କୁଛଲୋଗ ମୁଝେ ଆକେ କହେଥେ କି ଏ ଲଡକି କୋ ମରାଦୋ ତବ ମୈନେ କହା ଭଗବାନ ନେ ଉସେ ଜନମ ଦିଆ ଫିର ୱହି ତୋ କୁଛ ଇସକେ ଲିଏ କରେଗା । ଫିର ମେ ଭଲା ଇସେ କ୍ୟୁଁ ମାରୁ” । ଝିଆଟି ପାଠ ପଢିଲେ ଭବିଷ୍ୟତ ଭଲ ହୋଇପାରିବ । କିନ୍ତୁ ଅର୍ଥ ବାଧକ ସାଜିଛି । ଛତିଶଗଡ଼କୁ ସବୁଦିନ ପାଇଁ ଛାଡିଆସିଥିବା ଦିଗଲ ଓଡିଶାରେ ରହିଥିଲେ ମଧ୍ୟ ଓଡ଼ିଶାରେ ନିଜର ସ୍ଥାୟୀ ବାସିନ୍ଦା ହୋଇପାରି ନାହାଁନ୍ତି । ଆଇନ କାନୁନ ଉପରେ ଦଖଲ ରଖିନଥିବା ଦିଗଲ ପେଟପାଇଁ ଏଠାରେ ପଡ଼ି ରହି ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନାରୁ ଯୋଜନ ଯୋଜନ ଦୁରରେ ରହିଯାଇଛନ୍ତି । ଧାନବାଦରେ ଥିବା ତାଙ୍କର ଭୁ ସମ୍ପତ୍ତିକୁ ଭାଇମାନଙ୍କୁ ଛାଡିଦେଇ ସବୁଦିନ ପାଇଁ ଯାଜପୁରରେ ଆସି ରହିଯିବାକୁ ସ୍ଥିର କରିସିଥିବା ଦିଗଲ ଏବେ ଝିଅର ପାଠପଢ଼ାକୁ ନେଇ ଚିନ୍ତାରେ ପଡିଛନ୍ତି । ଚାରି ପରିବାରକୁ ମୂଲ ମଜୁରୀରେ ପ୍ରତିପୋଷଣ ସହିତ ଭିନ୍ନକ୍ଷମ ଝିଅ ଓ ଛୋଟ ପୁଅର ପାଠପଢା ପାଇଁ ଅର୍ଥ ସଂଗ୍ରହ କରିବା କଷ୍ଟକର ହୋଇପଡିଛି । ଝିଅଟି ସମ୍ପୁର୍ଣ୍ଣ ଭିନ୍ନକ୍ଷମ ହୋଇଥିଲେ ହେଁ ଜନ୍ମରୁ ଆଜିଯାଏ ଭିନ୍ନକ୍ଷମ ଭତ୍ତାପାଇବାରୁ ବଞ୍ଚôତ ରହିଛନ୍ତି । ୭୦୦ଟଙ୍କା ଭିନ୍ନକ୍ଷମ ଭତ୍ତା ଝିଅଟିର ପାଠପଢାକୁ ସୁନିଶ୍ଚିତ କରି ପାରନ୍ତା । ପରିବାରର ସମସ୍ତଙ୍କର ଆଧାର କାର୍ଢ ଛତିଶଗଡ଼ର ରହିଛି । ନା ସେମାନେ ଛତିଶଗଡ଼ରୁ ରାସନ ସାମଗ୍ରୀ ପାଉଛନ୍ତି ନା ଓଡ଼ିଶାରୁ । ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାଇ ଗୋଟିଏ ଦେଶ ଗୋଟିଏ ରାସନ ଯୋଜନାରେ ରାସନ ପାଇବାକୁ ଯୋଗ୍ୟ ହୋଇ ମଧ୍ୟ ପାଉନଥିବାରୁ ଦିନେ ଖାଇଲେ ଓଳିଏ ଉପବାସରେ ଦିନ କାଟୁଛନ୍ତି । ଏହି ଦମ୍ପତ୍ତି ୧୫ବର୍ଷ ମଧ୍ୟରେ କୌଣସି ନିର୍ବାଚନରେ ତାଙ୍କର ମତଦାନ ଅଧିକାରକୁ ସାବ୍ୟସ୍ତ କରିପାରି ନାହାଁନ୍ତି । ଛତିଶଗଡରେ ତାଙ୍କର ଭୋଟର ପରିଚୟ ପତ୍ର ନଥିବା ବେଳେ ୧୫ବର୍ଷ ଧରି ଏଠାରେ ରହିବା ପରେବି ଭୋଟର ହୋଇ ପାରି ନାହାଁନ୍ତି । ଫଳରେ ଏହି ଗରିବ ପରିବାର ସମସ୍ତ ସରକାରୀ ସୁବିଧାରୁ ବଞ୍ଚôତ ହେବା ସହିତ ପିଲା ମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି । ଦୁର୍ଦୀନରେ ରହିଥିବା ବେଳେ ଏହି ପରିବାର ଓ ଭିନ୍ନକ୍ଷମ ଝିଅଟି ପାଇଁ ପ୍ରଶାସନ ନା କୌଣସି ଅନୁଷ୍ଠାନ କେହି ହେଲେ ସହାୟତାର ହାତ ବଢ଼ାଇ ନାହାଁନ୍ତି । ସରକାରୀ ଯୋଜନା ଏହି ପରିବାର ଓ ଭିନ୍ନକ୍ଷମ ଝିଅଟି ପାଇଁ ଯୋଜନ ଯୋଜନ ଦୁରରେ ରହିଥିବାରୁ ଏଥିପ୍ରତି ପ୍ରସାଶନ ତତ୍ପରତା ଦେଖାଇବାକୁ ସାଧାରଣରେ ଦାବି ହୋଇଛି ।
ଅଧୁରା ରହିବ ଭିନ୍ନକ୍ଷମ ଝିଅର ସ୍ୱପ୍ନ!ପାଠପଢାରେ ଅର୍ଥ ସଜିଛି ବାଧକ
|
March 10, 2020 |
