ଝାରସୁଗୁଡା, (ସନ୍ଧାନ ନିୟୁଜ/ମାନସ ରାଉତ) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ସ୍ଥାନୀୟ ରାଧାମାଧାବ ମନ୍ଦିର ପରିସରରେ ଅତିବଢ଼ି ଜଗନ୍ନଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେରେ ଗୌନ୍ତିଆ ମହମ୍ମଦ ଜମିରୁଉଲ୍ଲା ମୁଖ୍ୟ ବକ୍ତାଭାବେ ବସନ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବେ ଶ୍ରୀମାନ ରାଧାମୋହନ ତ୍ରୀପାଠୀ, ପ୍ରମୁଖ ଯୋଗଦେଇ ଅତିବଢ଼ିଙ୍କ ଜୀମନ୍ତ ସାହିତ୍ୟ କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାକୁ ମନ୍ଦାକୀନି ଶତପଥୀ ପରିଚାଳନା କରିଥିବା ବେଳେ ବଳରାମ ବାରିକ ଧନ୍ୟବାଦ ଦେଇଥିଲେ । ତାପସ ମିଶ୍ର, ବିରାଟ ରାଜ ପ୍ରଧାନ, କମଳ ଲୋଚନ ପୂଜାରୀ, କଳାକାହ୍ନୁ ଦାସ, ଡା ସ୍ୱର୍ଣ୍ଣମୟୀ ପୁରୋହିତ, ଲକ୍ଷ୍ମୀପ୍ରିୟ ପଣ୍ଡା, ମାଧବୀ ପଟେଲ, ଅଞ୍ଜଳୀପ୍ରଭା ପଟନାୟକ, ସୁଜାତା ପ୍ରାଣୀଗ୍ରାହୀ, ନିକୁଞ୍ଜ ବିହାରୀ ମିଶ୍ର, ପ୍ରେମ ସାଗର ଦେହେରିଆ, ଗିରିଜା ପ୍ରସନ୍ନ ପୃଷ୍ଟି, ଶାନ୍ତିଲତା ମିଶ୍ର, ରାଜଶ୍ରୀ ମେହେରା, ଅହଲ୍ୟା ନାୟକ, ପଙ୍କଜିନି ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଜଗନ୍ନାଥ ଦାସ କୃତ ଭାଗବତର ମହତ୍ତ୍ୱ, ଭାଗବତକୁ ଲୋକାଭୀମୁଖୀ କରିବା, ଦୈନଦିନ ଜୀବନରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିଲେ ।
ଅତିବଢ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ
|
September 8, 2019 |
