ଅଞ୍ଜିରାରେ ଥିବା ବିଜେଡ଼ି ଅଫିସ୍ ରେ ଯୁବକଙ୍କ ସନ୍ଧେହ ଜନକ ମୃତ୍ୟୁ

Spread the love

ଜେନାପୁର/୨୧/୦୫/ସନ୍ଧାନ ନ୍ୟୁଜ୍/(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବିଜେଡି ଦଳୀୟ କାର୍ଯ୍ୟାଳୟରୁ ସନ୍ଦେହ ଜନକ ଭାବେ ମିଳିଲା ଯୁବକଙ୍କ ମୃତ ଦେହ। ପ୍ରଣବ ବଳବନ୍ତରାୟଙ୍କ ନିଜ ଜାଗାରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟରୁ ୩୨ ବର୍ଷୀୟ ଯୁବକଙ୍କ ମୃତ ଦେହ ମିଳିବା ପରେ ଧର୍ମଶଳା ନିର୍ବାଚନ ମଣ୍ଡଳୀର ଜେନାପୁର ଥାନାରେ ଦାୟର ହୋଇଛି ମାମଲା। ମାଧବ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଅନୁସାରେ ପୁଅ ଅରୁଣ ପ୍ରଧାନ ବିଜେଡି କାର୍ଯ୍ୟାଳୟରେ ଭୋଜିଭାତ କରିବା ପାଇଁ ୨୦.୫.୨୫ ଅର୍ଥାତ୍ ଗତ କାଲି ସାଙ୍ଗ ମାନଙ୍କ ସହ ଯାଇଥିଲେ। ପରେ ଆଜି ଭୋର୍ ୪.୩୦ ସମୟରେ ପୁଅ ଅରୁଣ ପ୍ରଧାନଙ୍କର ସନ୍ଦେହ ଜନକ ମୃତ୍ୟୁ ଖବର ପାଇବା ପରେ ବାପା ମାଧବ ପ୍ରଧାନ ଜେନାପୁର ଥାନାରେ ବିଜେଡି କାର୍ଯ୍ୟାଳୟରେ ପୁଅର ହୋଇଥିବା ସନ୍ଧେହ ଜନକ ମୃତ୍ୟୁକୁ ନେଇ ପ୍ରଶ୍ନ କରିବା ସହ ତଦନ୍ତ କରି ଏହି ସନ୍ଦେହ ଜନକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କ ବିରୋଧର କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ନିଜ ଜାଗାରେ ଥିବା ଧର୍ମଶାଳା ସ୍ଥିତ ଅଞ୍ଜିରାରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟରେ ଏଭଳି ସନ୍ଦେହ ଜନକ ମୃତ୍ୟୁ ପଛରେ କାରଣ କଣ ଏନେଇ ସାଧାରଣରେ ଉଠୁଛି ପ୍ରଶ୍ନବାଚୀ।

Related Posts

About The Author

Add Comment