ଅଚାନକ “ମୋ ବସ” ସେବା ବନ୍ଦ

Spread the love

ସୁନ୍ଦରଗଡ ତା:୨୦/୫/୨୦୨୫ ( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ବିଗତ ସରକାରଙ୍କ ସମୟ ରୁ ଚାଲୁଥିବା ମୋ ବସ୍ ଏବେ ବଡ ଗାଁ ରୁ ଚାଲୁଥିବା ଦୁଇଟି ବସ ଗତ ତିନିଦିନ ରୁ ବନ୍ଦ ରହିଥିବା ସୂତ୍ରରୁ ଜଣାପଡିଛି । ବିଶେଷତ୍ଵ ଏହି ବସ ସେବା ଦ୍ଵାରା ଅଞ୍ଚଳ ର ପ୍ରତେକ ବୃଦ୍ଧା ସହିତ ମହିଳା ମାନେ ଲାଭ ପାଉଥିବା ବେଳେ ବନ୍ଦ ହେବା କାରଣରୁ ନିମ୍ନ ବର୍ଗର ପରିବାର ଅନେକାଂଶରେ ପ୍ରଭାବିତ ହେବା ଦେଖିବାକୁ ମିଳିଛି । ଏହି ମୋ ବସ ସେବାରେ ବଡ ଗାଁ ରୁ ରାଉରକେଲା ଦୁଇଟି ୧୧୯ ବସ ଯାଉଥିବା ବେଳେ ଗୋଟିଏ ଶିତ ତାପ ନିୟନ୍ତ୍ରଣ ଓ ଅନ୍ୟଟି ସାଧାରଣ ରହିଥିଲା । ଏହି ବସ ସେବା ବନ୍ଦ ହେବା କାରଣରୁ ଅଞ୍ଚଳବାସି କ୍ଷୋଭ ପ୍ରକାଶ କରୁଥିବା ପ୍ରକାଶ କରିଛନ୍ତି । ଏହି ପରିପେଖିରେ ବଡ ଗାଁ (କ)ର ଜିଲା ପରିଷଦ ସଭ୍ୟ ଅମିୟ କୁମାର ପ୍ରଧାନ ସ୍ଥାନୀୟ ବିଡ଼ିଓ,ଆଞ୍ଚଳିକ ପରିବହନ ଅଧିକାରୀ ସହିତ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇ ଅତିଶିଘ୍ର ଆରମ୍ଭ କରିବାକୁ ଦାବି ଜଣାଇଥିବା ଜଣାଇଛନ୍ତି । ବିଶେଷ କରି ବଡ ଗାଁ ରୁ ଏହି ବସ ରାଉରକେଲା ଚିକିତ୍ସା ପାଇଁ ବୃଦ୍ଧା ଓ ମହିଳା ମାନଙ୍କୁ ସହାୟକ ହେଉଥିବା କାରଣରୁ ଅଞ୍ଚଳରେ ଅସନ୍ତୋଷ ର ଛାୟା ଖେଳିଯିବା ଦେଖିବାକୁ ମିଳିଛି । ଅତିଶିଘ୍ର ଏହା ଆରମ୍ଭ କରିବାକୁ ଦାବି ହେଉଥିବା ଜଣାପଡିଛି ।

Related Posts

About The Author

Add Comment