ଅଙ୍ଗଦାନ ସମ୍ପର୍କୀୟ କର୍ମଶାଳା ସହ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

Spread the love

ଅଙ୍ଗଦାନ ସମ୍ପର୍କୀୟ କର୍ମଶାଳା ସହ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଯାଜପୁର,()-

ଚଣ୍ଡିଖୋଲ ବାବା ଭୈରାବନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଅଙ୍ଗଦାନ ସମ୍ପର୍କୀୟ ଏକ କର୍ମଶାଳା ଓ ସଚେତନତା ଶିବିର ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କେଦାରନାଥ ଦାସ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂର୍ବତନ ବିଧାୟକ ଡ. ଜଗନ୍ନାଥ ଦାସଙ୍କର ଶରୀର ଦାନ ସମ୍ପର୍କରେ ଦୃଷ୍ଟିପାତ କରିବା ସହ ତାଙ୍କପାଇଁ ଏ ମାଟି ଗର୍ବିତ ବୋଲି କହିଥିଲେ ।

ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ଅଙ୍ଗଦାନ କମିଟିର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଙ୍ଗଦାନ ବାଧ୍ୟତା ମୂଳକ ନୁହେଁ ବରଂ ସ୍ୱେଛାକୃତ । ମୃତ୍ୟୁ ପରେ ଜଣେ ବ୍ୟକ୍ତି ଇଛା କଲେ ଅଙ୍ଗଦାନ କରି ଅନ୍ୟର ଜୀବନ ବଂଚାଇ ପାରିବ । ଉକôଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜାନର ସଂଯୋଜକ ଡ. ମନୋରଞ୍ଜନ ମହାନ୍ତି ଯୋଗଦେଇ ଓଡିଶା ଅଙ୍ଗଦାନ କ୍ଷେତ୍ରରେ ଆଜି ଷଷ୍ଠ ସ୍ଥାନ ଗ୍ରହଣ କରିଛି ।

ସେଥିପାଇଁ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ ଓ ସ୍ୱେଚାସେବୀ ମାନଙ୍କର ଭୁିମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ପରିଚାଳନା କମିଟିର ସଭାପତି ବ୍ରହ୍ମାନନ୍ଦ ଦାସ ଓ ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ସୁପରାମର୍ଶ ଦେଇଥିଲେ । ସଲିଳ ମହାନ୍ତି ଅତିଥି ପରିଚୟ ପ୍ରଦାନ,ସୁଜାତା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ୧୨ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ମୋନାଲିସା ଜେନା,ସୀମାରେଖା ବିହାରୀ,ଡଲି ବିଶ୍ୱାଳ,କୁସୁମାଞ୍ଜଳି ବିଶ୍ୱାଳ ଓ ଚିନ୍ମୟୀ ଓଝା ଯୋଗ ଦେଇଥିଲେ ।

Related Posts

About The Author

Add Comment