ଅଘରିଆ ସମାଜର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

Spread the love

ସୁନ୍ଦରଗଡ ତା:୭/୨/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ଅଘରିଆ ସମାଜ କମ୍ୟୁନିଟି ହଲ ପ୍ରାଙ୍ଗଣରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜର ବାର୍ଷିକ ମହୋତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗତ ଫେବୃଆରୀ ୧୪,୧୫,୧୬ ତାରିଖ ରେ ତାହା ସ୍ଥିର କରାଯାଇଥିବା ବେଳେ ତାହା କିପରି ଭାବରେ ଶାନ୍ତିଶୃଙ୍ଖଳାର ସହିତ ହୋଇପାରିବ ସେ ବିଷୟରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ଏହି ସଭାରେ ଅଘରିଆ ସମାଜ ଗୁଡ଼ି ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ନାଏକ ସଭାପତିତ୍ବ କରିଥିବା ବେଳେ ଗ୍ରାମ୍ୟ ଗୁଡ଼ି ସଭାପତି ଶ୍ରୀଯୁକ୍ତ ବସନ୍ତ ପଟେଲ ପରିଚାଳନା କରିଥିଲେ । ଆଜିର ସମୟରେ ସମାଜର ଭୂମିକା ଓ ତାର କାର୍ଯ୍ୟକାରିତା ବିଷୟରେ କେନ୍ଦ୍ରୀୟ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ପଟେଲ ଜାତି ଭାଇମାନଙ୍କୁ ଜଣାଇଥିଲେ । ତିନି ଦିନର କାର୍ଯ୍ୟକ୍ରମରେ କିପରି ଭାବରେ ଓଡ଼ିଶା ପ୍ରଦେଶ ଗାଙ୍ଗପୁର ଅଞ୍ଚଳ ର ପ୍ରତ୍ୟେକ ଅଘରିଆ ସମାଜ ପରିବାର ସଭାରେ ସମ୍ମଲିତ୍ ହେବେ ତାହା ସଭାର କେନ୍ଦ୍ରବିନ୍ଦୁ ଥିଲା । ସେଥିପାଇଁ ଗୁଡ଼ି ଉପସଭାପତି ଶ୍ରୀଯୁକ୍ତ ମନୋଜ ପଟେଲ ସବଡେଗା ଗୁଡ଼ିର ପ୍ରତ୍ୟେକ ସମାଜ ଭାଇମାନଙ୍କୁ ଆହ୍ଵାନ ଦେଇଥିଲେ ।ତା ସହିତ ସଭାରେ ଅଭ୍ୟଥନା କମିଟିର ବେଦବ୍ୟାସ ପଟେଲ, ଯୁବ ସଭାପତି ଶୁଭେନ୍ଦୁ ନାଏକ, ଚୁମନ ପଟେଲ,ବିଶ୍ୱଜିତ୍ ପଟେଲ, ରାଜ କୁମାର ନାଏକ,ପ୍ରମୋଦ ନାଏକ,କୃଷ୍ଣ ଚନ୍ଦ୍ର ପଟେଲ,ରବୀନ୍ଦ୍ର ପଟେଲ,ରୁପକ ନାଏକ,ମୁରଲୀ ନାଏକ, ପ୍ରଦ୍ୟୁତ ନାଏକ,ପ୍ରଦ୍ୟୁମ୍ନ ନାଏକ ଉପସ୍ଥିତ ଥିଲେ ।

Related Posts

About The Author

Add Comment