ଅଗ୍ନି-୫’ର ବ୍ୟବହାରିକର ସଫଳ ପରୀକ୍ଷଣ

Spread the love
  • 9
    Shares

ବାଲେଶ୍ୱର, ୪/୬/ (ସନ୍ଧାନ ନିୟୁଜ୍)-ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ଷଷ୍ଠ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଦୀପର ଏକୀକୃତ ପରୀକ୍ଷା କେନ୍ଦ୍ର ୪ ନଂ ଲଂଚ କମ୍ପ୍ଲେକରୁ ରବିବାର 

Agnee

ପୂର୍ବାହ୍ନ ୧୦.୪୮ ମିନିଟ୍ ସମୟରେ ଏହାକୁ ଉତ୍କ୍ଷେପଣ କରାଯାଇଥିଲା । ୧୯ ମନିଟରେ ଏହା ୪ ହଜାର ୭୮୯ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲମ୍ବ ୧୭ ମିଟର ଲମ୍ବ, ୨ ମିଟର ମୋଟେଇ ତଥା ୫୦ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୧୫ ଶହ କିଲୋଗ୍ରାମ ଓଜନ ପର୍ୟ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୫ ହଜାର କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିଥାଏ । ଭାରତ ଡାଇନାମିକ୍ ଲିମିଟେଡ୍ ଓ ଡିଆରଡିଓର ମିଳିତ ସହଯୋଗରେ ୩ ପର୍ୟ୍ୟାୟ ଇନ୍ଧନଯୁକ୍ତ ଅଗ୍ନି-୫ କ୍ଷେପଣାସ୍ତ୍ର ନିର୍ମିତ ହୋଇଥିଲା । ଅଗ୍ନି କ୍ଷେପଣାସ୍ତ୍ରର ପରିବର୍ତିତ ବିକଶିତ ସ୍ୱରୂପ ହେଉଛି ଅଗ୍ନି-୫ । ୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ଏହାର ପ୍ରଥମ ପରୀକ୍ଷା ହୋଇଥିବା ବେଳେ ୨୦୧୮ ମସିହା ଜାନୁଆରୀ ୧୮ ତାରିଖରେ ଏହା ଶେଷ ବା ପଂଚମ ପରୀକ୍ଷଣ ହୋଇଥିଲା । ଏହି ସଫଳ ପରୀକ୍ଷଣକୁ ନେଇ ବୈଜ୍ଞାନିକ ଓ କ୍ଷେପଣାସ୍ତ୍ର ବିଶେଷଜ୍ଞଙ୍କ ସମେତ ପ୍ରତିରକ୍ଷା ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କ ମଧ୍ୟରେ ବେଶ୍ ଖୁସିର ଲହରୀ ଖେଳିଯାଇଛି ।

  • 9
    Shares

Related Posts

About The Author

Add Comment