ସ୍ଥାନୀୟ ପ୍ରଶାସନ ଆଡରେ ଚାଳୁଛି କୁକୁଡ଼ା ଲଢେଇ ସହିତ ଜୁଆ,ବଜାର ପାଇଁ ଅଞ୍ଚଳବାସି ପୀଡ଼ିତ

Spread the love

ସୁନ୍ଦରଗଡ ତା:୧୬/୬/୨୦୨୬(ସନ୍ଧାନ ନ୍ୟୁଜ)  ତଳସରା ଥାନା ଅନ୍ତର୍ଗତ ଟାଙ୍ଗର ଗାଁ ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।  ସ୍ଥାନୀୟ ପ୍ରଶାସନର ଆଡରେ ବଜାର ଦିନ ବଜାର ନିକଟରେ ଚାଲିଛି କୁକୁଡ଼ା ଲଡ଼େଇ ସହିତ ଜୁଆ ଖେଳ । ଗତ ମଙ୍ଗଳବାର ଦିନ ବଜାର ଠିକା ନେଇଥିବା ଟାଙ୍ଗର ଗାଁ ଗ୍ରାମର  ଦୀପକ ଆପଟ (୩୫ବର୍ଷ) ବଜାର କୁ ଆସିଥିଲେ ।ଦେଖିଲା ବେଳକୁ ବଜାର ଖାଲି ଦେଖାଯିବା ରୁ କିଛି ଦୋକାନୀଙ୍କୁ ଏହାର କାରଣ ପଚାରି ବୁଝୁଥିଲେ । ସୂଚନା ଅନୁସାରେ ବଜାର ବଶାଉଥିବା  କିଛି ଦୋକାନୀ ଦୋକାନ ସବୁ କିଛି ଦୁରରେ ଥିବା କୁକୁଡ଼ା ଲଢେଇ ସହିତ ଜୁଆ ଚାଲୁଥିବା ସ୍ଥାନରେ ବଶାଇଥିବା ଦେଖି ସେମାନଙ୍କୁ  ଦୀପକ ଆପଟ ବୁଝାସୁଝା କରୁଥିଲେ । ସେହି ସମୟେ ଜୁଆ ଆଡ୍ଡା ରେ ଥିବା  କିଛି ଝାରଖଣ୍ଡ ଲୋକ ଆସି ତାଙ୍କ ସାଙ୍ଗରେ ଗଣ୍ଡଗୋଳ କରିବା ସହିତ ତାଙ୍କୁ ନିସ୍ତୁକ ମାଡ ମାରିବା ସହିତ ତାଙ୍କ ବାଇକ କୁ ନେଇ ପଳେଇ ଯାଇଥିଲେ । ପରେ ସେ ଜଣେ ଯୁବକ ଙ୍କ ସହାୟତାରେ ସବଡେଗା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ତଳସରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତଳସରା ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Related Posts

About The Author

Add Comment