ସୁବର୍ଣ୍ଣପୁର /ସନ୍ଧାନ ନ୍ୟୁଜ: ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀଙ୍କ ପ୍ରଜାତି ସହିତ ପ୍ରାଣୀଙ୍କ ସଂଖ୍ୟା ଓ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଗଣନା ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଚାରିମାସ ମଧ୍ୟରେ ଗଣନାକୁ ନିର୍ଭୁଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ କେମିତି ସମ୍ପାଦନ କରାଯାଇ ପାରିବ ତା ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର, ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପରମାନନ୍ଦ ସେଠୀ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଯୋଗଦେଇ ପ୍ରାଣୀଧନ ଗଣନା ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ସଠିକ ରୂପରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ତ୍ରିନାଥ ଖଣ୍ଡାୟତ ରାୟ ବରିଷ୍ଠ ବୈଜ୍ଞାନିକ, ଶ୍ରୀମତୀ ପ୍ରିୟମ୍ବଦା ଲୋପମୁଦ୍ରା ରାୟ, ବୈଜ୍ଞାନିକ ଓ ଶ୍ରୀଯୁକ୍ତ ହୃଷିକେଶ ଦାସ, ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ସୁବର୍ଣ୍ଣପୁର ସଂମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବିରମହରାଜପୁର ଡା. ଅଜୟ କୁମାର ସାହୁ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଯୋଗ ଦେଇଥିଲେ। ୪୯ ଜଣ ଗଣନାକାରୀ ଏବଂ ୧୩ ଜଣ ପରିଦର୍ଶକ ଉକ୍ତ ତାଲିମ କାର୍ଯ୍ୟରେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ୮୫୯ ଖଣ୍ଡ ଗାଁ ସହିତ ବିନିକା, ତରଭା ବିଜ୍ଞାପିତ ଅଂଚଳ ଓ ସୋନପୁର ମ୍ୟୁନିସିପାଲଟି ର ୩୯ ଟି ୱାର୍ଡରେ ଏକ ସଙ୍ଗେ ଗଣନା ସମ୍ପୂର୍ଣ କରିବାକୁ ତାଲିମ ନେଇ ଥିଲେ। ଜିଲ୍ଲା ନୋଡାଲ ଅଫିସର ଭାବରେ ଡା. ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସୋନପୁର ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଅଫିସର ପରିସଂଖ୍ୟାନ ଗଣନାକାରୀ ଶ୍ରୀ ଚିନ୍ମୟ ଭୁକ୍ତ ଓ ଶ୍ରୀ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ। ଶ୍ରୀମତୀ ମମତା ପଣ୍ଡା ସଭା ପରିଚାଳନା ଓ ଡା. ସୁଧୀର ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ତାଜା ଖବର
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ



