ସୁବର୍ଣ୍ଣପୁର /ସନ୍ଧାନ ନ୍ୟୁଜ: ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀଙ୍କ ପ୍ରଜାତି ସହିତ ପ୍ରାଣୀଙ୍କ ସଂଖ୍ୟା ଓ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଗଣନା ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଚାରିମାସ ମଧ୍ୟରେ ଗଣନାକୁ ନିର୍ଭୁଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ କେମିତି ସମ୍ପାଦନ କରାଯାଇ ପାରିବ ତା ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର, ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପରମାନନ୍ଦ ସେଠୀ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଯୋଗଦେଇ ପ୍ରାଣୀଧନ ଗଣନା ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ସଠିକ ରୂପରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ତ୍ରିନାଥ ଖଣ୍ଡାୟତ ରାୟ ବରିଷ୍ଠ ବୈଜ୍ଞାନିକ, ଶ୍ରୀମତୀ ପ୍ରିୟମ୍ବଦା ଲୋପମୁଦ୍ରା ରାୟ, ବୈଜ୍ଞାନିକ ଓ ଶ୍ରୀଯୁକ୍ତ ହୃଷିକେଶ ଦାସ, ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ସୁବର୍ଣ୍ଣପୁର ସଂମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବିରମହରାଜପୁର ଡା. ଅଜୟ କୁମାର ସାହୁ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଯୋଗ ଦେଇଥିଲେ। ୪୯ ଜଣ ଗଣନାକାରୀ ଏବଂ ୧୩ ଜଣ ପରିଦର୍ଶକ ଉକ୍ତ ତାଲିମ କାର୍ଯ୍ୟରେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ୮୫୯ ଖଣ୍ଡ ଗାଁ ସହିତ ବିନିକା, ତରଭା ବିଜ୍ଞାପିତ ଅଂଚଳ ଓ ସୋନପୁର ମ୍ୟୁନିସିପାଲଟି ର ୩୯ ଟି ୱାର୍ଡରେ ଏକ ସଙ୍ଗେ ଗଣନା ସମ୍ପୂର୍ଣ କରିବାକୁ ତାଲିମ ନେଇ ଥିଲେ। ଜିଲ୍ଲା ନୋଡାଲ ଅଫିସର ଭାବରେ ଡା. ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସୋନପୁର ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଅଫିସର ପରିସଂଖ୍ୟାନ ଗଣନାକାରୀ ଶ୍ରୀ ଚିନ୍ମୟ ଭୁକ୍ତ ଓ ଶ୍ରୀ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ। ଶ୍ରୀମତୀ ମମତା ପଣ୍ଡା ସଭା ପରିଚାଳନା ଓ ଡା. ସୁଧୀର ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ତାଜା ଖବର
- ନୂଆ ସରକାରଙ୍କୁ ବର୍ଷେ ପୁରିବ ହେଲେ ସବୁର ତଦନ୍ତ ଚାଲିଛି
- ୨୫ ମିନିଟରେ ଅପରେସନ ସିନ୍ଦୂର ଶେଷ: ୨୪ ଷ୍ଟ୍ରାଇକ ଓ ୯ ଆତଙ୍କୀ ଆଡ୍ଡା ଧ୍ୱଂସ
- ରାଏଡିହି ଗ୍ରାମର ସାଧାରଣ ଜନତା ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବଞ୍ଚିତ
- ବାଣ ଗୋଦାମରେ ବିସ୍ଫୋରଣ: ୫ ଗୁରୁତରଙ୍କ ସମେତ ୧୧ ଆହତ
- ସମ୍ବର ମାଂସ ଜବତ, ଦୁଇ ଶିକାରୀ ଗିରଫ
- ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଜନପ୍ରତିନିଧି ପାଲଟିଛନ୍ତି ଠିକାଦାର, ଜିଲ୍ଲା ପ୍ରଶାସନ ନିଦ୍ରାରେ
- ଧର୍ମଶାଳାର ମୃତକଙ୍କ ପରିବାରଙ୍କୁ ଭେଟିଲେ ସୁଲତା ଓ ପ୍ରଣବ
- ପରମାଣପୁରରେ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ଜୟନ୍ତୀ
- ଆମ୍ବ ତୋଳିବା ବେଳେ ଗଛରୁ ପଡି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ
- ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍