ସୁବର୍ଣ୍ଣପୁର /ସନ୍ଧାନ ନ୍ୟୁଜ: ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀଙ୍କ ପ୍ରଜାତି ସହିତ ପ୍ରାଣୀଙ୍କ ସଂଖ୍ୟା ଓ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଗଣନା ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଚାରିମାସ ମଧ୍ୟରେ ଗଣନାକୁ ନିର୍ଭୁଲ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ କେମିତି ସମ୍ପାଦନ କରାଯାଇ ପାରିବ ତା ଉପରେ ଏକ ଜିଲ୍ଲା ସ୍ତରୀୟ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର, ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପରମାନନ୍ଦ ସେଠୀ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଯୋଗଦେଇ ପ୍ରାଣୀଧନ ଗଣନା ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ସଠିକ ରୂପରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ତ୍ରିନାଥ ଖଣ୍ଡାୟତ ରାୟ ବରିଷ୍ଠ ବୈଜ୍ଞାନିକ, ଶ୍ରୀମତୀ ପ୍ରିୟମ୍ବଦା ଲୋପମୁଦ୍ରା ରାୟ, ବୈଜ୍ଞାନିକ ଓ ଶ୍ରୀଯୁକ୍ତ ହୃଷିକେଶ ଦାସ, ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ସୁବର୍ଣ୍ଣପୁର ସଂମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ବିରମହରାଜପୁର ଡା. ଅଜୟ କୁମାର ସାହୁ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଯୋଗ ଦେଇଥିଲେ। ୪୯ ଜଣ ଗଣନାକାରୀ ଏବଂ ୧୩ ଜଣ ପରିଦର୍ଶକ ଉକ୍ତ ତାଲିମ କାର୍ଯ୍ୟରେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ୮୫୯ ଖଣ୍ଡ ଗାଁ ସହିତ ବିନିକା, ତରଭା ବିଜ୍ଞାପିତ ଅଂଚଳ ଓ ସୋନପୁର ମ୍ୟୁନିସିପାଲଟି ର ୩୯ ଟି ୱାର୍ଡରେ ଏକ ସଙ୍ଗେ ଗଣନା ସମ୍ପୂର୍ଣ କରିବାକୁ ତାଲିମ ନେଇ ଥିଲେ। ଜିଲ୍ଲା ନୋଡାଲ ଅଫିସର ଭାବରେ ଡା. ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ସୋନପୁର ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଅଫିସର ପରିସଂଖ୍ୟାନ ଗଣନାକାରୀ ଶ୍ରୀ ଚିନ୍ମୟ ଭୁକ୍ତ ଓ ଶ୍ରୀ ଦେବେନ୍ଦ୍ର ସାହୁ ସହଯୋଗ କରିଥିଲେ। ଶ୍ରୀମତୀ ମମତା ପଣ୍ଡା ସଭା ପରିଚାଳନା ଓ ଡା. ସୁଧୀର ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ତାଜା ଖବର
- କନ୍ତପଡ଼ା ବିଦ୍ୟୁତ ବିଭାଗର ଖାମଖିଆଲି ମନଭାବ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ସାଧାରଣ ଜନତା
- ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁକିନ୍ଦାର ଦୁର୍ଗମ ଅଞ୍ଚଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ
- ସ୍ୱାସ୍ଥ୍ୟ ବିଭାଗ ଟିମର ଟିକରପଡା ପରିଦର୍ଶନ ସହ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା
- ଦୁର୍ନୀତି ବଳୟରେ ଜୟଚଣ୍ଡୀ ହାଇସ୍କୁଲ ସ୍ପୋର୍ଟ୍ସ ପରେ ଏବେ ପ୍ରିଣ୍ଟର କିଣାରେ ଦୁର୍ନୀତି ଅଭିଯୋଗ
- ସାଧୁଗୌରେଶ୍ୱର ମହାବିଦ୍ୟାଳୟରେ ଟପ୍ପର ହେଲେ ବିଜ୍ଞାନ ଛାତ୍ରୀ ଦିଲୀପ ନାଥଙ୍କ ଝିଆରୀ ମାନସୀ ନାଥ
- ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସ ପାଇଲେ ଦୟାନିଧି ସାହିତ୍ୟ ସେବା ସମ୍ମାନ – ୨୦୨୬ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- “ମୌଳିକ ସୁବିଧା ପାଇଁ ହାହାକାର” ନେଟୱର୍କ ସେବା ସହିତ ବିଦ୍ୟୁତ ସେବା ବିଛିନ୍ନ
- ଜନ ଜାତୀୟ ଗରିମା ଉତ୍ସବ ଓ ଜନ ଭାଗିଦାରୀ ଅଭିଯାନ
- ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ରାଜେନ୍ଦ୍ର ଦାସ ଙ୍କୁ କଣ ଠେଶା କରୁଛି କି



