କଟକ ,(ସନ୍ଧାନ ନ୍ୟୁଜ) : ମଦନପୁର ସ୍ଥିତ ସନାତନ ହରିଚନ୍ଦନ ମହାବିଦ୍ୟାଳୟର ଶକ୍ତିଶ୍ରୀ ପକ୍ଷରୁ କଲେଜ ପରିସରରେ ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ୬ ଦିନିଆ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କଲେଜ ଅଧକ୍ଷ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ହିମଂଶୁ ବାଳ। ସାସମଲଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟୟକ୍ରମରେ ଅଧ୍ୟାପକ ପଞ୍ଚାନନ ମଙ୍ଗରାଜ,ଅଧ୍ୟାପକ ଅଶୋକ କୁମାର ସୁବୁଦ୍ଧି,ଅଧ୍ୟାପିକା ପଦ୍ମଜା ନନ୍ଦ,ଅଧ୍ୟାପିକା ଗୀତାଞ୍ଜଳି ଶତପଥୀ, ଅଧ୍ୟାପିକା ମୋନାଲିସା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପୂଜା ସୂପକାର ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିଥିଲେ ।
ସନାତନ ହରିଚନ୍ଦନ ମହାବିଦ୍ୟାଳୟର ଶକ୍ତିଶ୍ରୀ ପକ୍ଷରୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ।
|
August 3, 2026 |



