ଜେନାପୁର/ ୧୩/୦୯/ସନ୍ଧାନ ନିୟୁଜ୍ /ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଅଧିନ ଏଣ୍ଡଳବା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଗାଣ ବର୍ଷା ହେବା ଫଳରେ ଅନେକ ଗ୍ରାମ ମାନଙ୍କରେ କ୍ଷୟକ୍ଷତି ହେବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗତ ରାତ୍ରି ମଧ୍ୟରୁ ବିଭିନ୍ନ ଜାଗାରେ ଲଗାଣ ବର୍ଷା ଲାଗିରହିଥିବାରୁ ଅନେକ ସ୍ଥାନରେ ଘର ଭିତରେ ପାଣି ପଶିବା ସହ ଅନେକ ଘରର କାନ୍ଥ ଘୁଷୁଡି ଭାଙ୍ଗି ଯିବା ଦେଖିବାକୁ ମିଳିଛି । ଏମିତିକି ସେହି ପଞ୍ଚାୟତର ମାଳ ଗ୍ରାମର ଦୀର୍ଘ ବର୍ଷ ଧରିରହିଥିବା ଏକ ବିଶାଳ ବର ଗଛ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ ଅନେକ ଜାଗାରେ ବହୁ ଛୋଟ ବଡ଼ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏମିତିକି କଲାଣ୍ଡ ଗ୍ରାମର ଗୁରୁ ସାହିର ଅନେକ ଘରେ ପାଣି ପସିଯିବାରୁ ରୋଷେଇ କରିବା କଷ୍ଟକର ହୋଇ ପଡିବା ବେଳେ ସେହିପରି ଏଣ୍ଡଳବା ଗ୍ରାମର ଗଳି ସାହିରେ ପାଣି ପସିଯିବାରୁ ଯିବା ଆସିବା କରିବା ମୁସ୍କିଲ ହୋଇ ଯାଇଛି । ଏମିତି କି ଏହି ଅଞ୍ଚଳର ବିଛାଖଣ୍ଡି ,ପାଟପୁର, ବାଘୁଆ ବାରଣା , ମାଳ, କଲାଣ୍ଡ, ପାଇକରା ପୁର, ରେଖିଦେଇପୁର, କଦମ ପାଟଣା ,କବାଟ ବନ୍ଧ, ରାଇଚନ୍ଦା ,ବାରକଣା ,ତଇଲା ସାହି ,ସିଧାପାଳ ସମେତ ଅନେକ ଗ୍ରାମରେ ପାଣି ପଶି ଯିବାର ଦେଖିବାକୁ ମିଳିଛି।ପୁଣି ଥରେ ୧୬ ତାରିଖରେ ଆଉ ଏକ ଲଘୁଚାପ ହେବାକୁ ଯାଉଥିବା ବେଳେ ଚାଷୀଙ୍କର ଭାଇ ମାନଙ୍କର ଫସଲ କେମିତି ଉଦ୍ଧାର ହେବ ସେଥି ନେଇ ଚାଷୀ ପୁଅ ମୁଣ୍ଡରେ ହାତ ଦେଇ ବସିଛି । ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ ୧୯୮୭ ମସିହାର ରେକର୍ଡ ଭାଙ୍ଗିଲା ସେପ୍ଟେମ୍ବର ମାସର ବର୍ଷା, ଦେଖା ଯାଉ ଆଗକୁ ଯେଉଁ ଲଘୁଚାପ ଆସୁଛି ଓଡ଼ିଆ ବାସୀ ତାହାକୁ ସମ୍ଭାଳି ପାରୁଛନ୍ତି କି ନାହିଁ ।।
ତାଜା ଖବର
- ( ଆମ ଐତିହ) ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଭଞ୍ଜନଗର ଜଳ ସେଚନ ବିଭାଗ ର ଯନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚୁ ବେହେରା ଗିରଫ।
- ନୟାଗଡ ଜିଲ୍ଲା ସ୍ତରୀୟ ଆଶା, ଅଙ୍ଗୱାଡ଼ି, ସ୍ବାସ୍ଥ୍ୟ କର୍ମୀ ଙ୍କ କର୍ମ ଶାଳା କୁ ଉଦଘାଟନ କଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ
- ସୋରିଷ ଫୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ।
- ସୁନ୍ଦରଗଡ଼ ଜିଲ୍ଲାରେ ରାମ ନବମୀ ଧୁମଧାମରେ ଶୁଭାରମ୍ଭ
- ମାଙ୍କଡ଼ ମାରି ଇନଷ୍ଟାଗ୍ରମରେ ପୋଷ୍ଟ କରି ଦୁଇ ଯୁବକ ଗିରଫ
- ଭାରତ–ଶ୍ରୀଲଙ୍କା ସମ୍ପର୍କ ପ୍ରାଗୈତିହାସିକ ସମୟରୁ ରହିଛି: ପୁରାତତ୍ତ୍ୱ ଗବେଷଣାର ବିଭିନ୍ନ ଦିଗ ଓ ନୂତନ ଦୃଷ୍ଟିକୋଣ” ବିଷୟକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଯଖପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଜନ ଆରୋଗ୍ୟ ସମିତି’ ବୈଠକ: ଡାକ୍ତର ଅଭାବରୁ ଆରମ୍ଭ କରି CSR ପାଣ୍ଠି ପର୍ଯ୍ୟନ୍ତ ଉଠିଲା ଗୁରୁତର ପ୍ରଶ୍ନ
- ସୁନ୍ଦରଗଡ଼ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ସହିତ ତଳସରା ନିର୍ବାଚନ ମଣ୍ଡଳୀ ମଦରେ ଭାସୁଛି




