୧୩ ବର୍ଷପରେ ଚୁମୁକି ହତ୍ୟାକାକାରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କଲା

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୦୫ା୦୫: ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ୧୩ବର୍ଷ ହେଲା ଫେରାର ରହିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୧ ମସିହାର ବହୁ ଚର୍ଚ୍ଚିତ ଚୁମୁକି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରାଯାଇଥିବା ବେଳେ, ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ଇସ୍ତାମା ପଡ଼ିଆରେ ରହୁଥିବା ମା ଝୀଅ ବ୍ରହ୍ମବରଦାର ସେଖ ମକସୁତ ଅଲ୍ଲୀଙ୍କ ପୁଅ ସେକ ମଞ୍ଜୁର ଅଲ୍ଲୀ(ଗୁଡ଼ୁ)୪୨ ବୋଲି ଜଣାଯାଇଚି । ବ୍ରହ୍ମବରଦା ଇସ୍ତାମା ପଡ଼ିଆ ସେହି ଗ୍ରାମର ଯାହାର ବିବି ତାଙ୍କ ଚୁମୁକି ବିବି(୨୨) ମାଙ୍କ ସହିତ ଇସ୍ତମା ପଡ଼ିଆରେ ରହୁଥିବା ବେଳେ, ମୁଖ୍ୟ ଆସାମୀ ମଞ୍ଜୁର ଅଲ୍ଲୀ(ଗୁଡ଼ୁ) ଚୁମୁକି ସହିତ ପ୍ରେମ ନିବେଦନ କରି ବିଫଳ ହେବାରୁ ଚୁମୁକିର ଘରକୁ ଗୁଡ଼ୁ ଯିବା ଆସିବା କରୁଥିବା ବଳେ, ଚୁମୁକିକି ଏକତରଫା ପ୍ରେମ କରୁଥିଲେ । ଏଥିରେ ଅସଫଳ ହେବାରୁ ୨୦୧୧ ମସିହାରେ ଅଭିଯୁକ୍ତ ମଞ୍ଜୁର ଅଲ୍ଲୀ ଚୁମୁକି ମାର ମୁଣ୍ଡକୁ ହେମଦସ୍ଥା ପୁଆରେ ଶକ୍ତ ପ୍ରହାର କରିବା ସହିତ ଯାହାର ବିବି ସଜ୍ଞା ହିନ ହୋଇ ପଡ଼ିବାରୁ ଚୁମୁକି ବିବିକୁ ଅତି ବିଭତ୍ସ ଭାବରେ ମଞ୍ଜୁର ଅଲ୍ଲୀ ହତ୍ୟା କରିଥିଲା । ପ୍ରମାଣ ନଷ୍ଟ କରିବା ସହିତ ଚୁମୁକିର ଦେହରେ ଏସିଡ ପକାଇ ଘଟଣା ସ୍ଥଳରୁ ଗୁଡ଼ୁ ଫେରାର ହୋଇଯାଇଥିଲା । ଘଟଣା ଘଟିବାର ୩ଦିନ ପରେ ଘର ମଧ୍ୟରୁ ଦୃଗନ୍ଧ ଆସିବାରୁ ସ୍ଥାନୀୟ ଲୋକମାନେ ବ୍ରହ୍ମବରଦା ଫାଣ୍ଡିକୁ ଖବର ଦେଇଥିଲେ । ବ୍ରହ୍ମବରଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଘରର କବାଟ ଭାଙ୍ଗି ଚୁମୁକିର ମୃତଦେହ ଉଦ୍ଧାର କରିବା ସହିତ ଚୁମକିର ମା ସାହାରା ବିବିକୁ ଉଦ୍ଧାରକରି ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରୁ କଟକ ବଡ଼ମେଡିକାଲରେ ହତ୍ୟା କରାଯାଇଥିଲା । ସାହାରା ବିବି ମେଡିକାଲରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏନେଇ ବ୍ରହ୍ମବରଦା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ହେଉଥିବା ସମୟରେ ହତ୍ୟାକାରୀ ମଞ୍ଜୁର ଅଲ୍ଲୀ ଏହାର ସୁଯୋଗ ନେଇ ହାଇଦ୍ରାବାଦ ପଳାଇଯାଇଥିଲା । ମଞ୍ଜୁର ଅଲ୍ଲୀ ହାଇଦ୍ରାବାଦର କିଛିଦିନ ରହିବା ପରେ ଓଡ଼ିଶାକୁ ଆସିଥିଲା । କଟକ ପରବଜାର ଅଞ୍ଚଳରେ ଆଧାରରେ ନିଜ ନାମ ପରିବର୍ତ୍ତନ କରି ପରିବାର ସହିତ ରହୁଥିଲା । ଏହି ଘଟଣାଟି ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କ ନଜରକୁ ଆସିବା ପରେ ଯାଜପୁର ଜିଲ୍ଲା ଏସଡିପିଓ ସଞ୍ଜୟ ପଟ୍ଟନାୟକ ଆସାମୀକୁ ଧରିବାପାଇଁ ବ୍ରହ୍ମବରଦା ଥାନା ଆଇଆଇସି ଦେବାଶିଷ ଶତପଥି ଏବଂ ଏସଆଇ ବିଭୁତି ଭୁଷଣ ପାତ୍ର ସଦଳବଳେ, ବ୍ରହ୍ମବରଦା ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା । କଟକ ପିର ବଜାର ଅଞ୍ଚଳରେ ରହୁଥିବା ଚୁମୁକି ହତ୍ୟାକାରି ମଞ୍ଜୁର ଅଲ୍ଲୀକୁ ବ୍ରହ୍ମବରଦା ପୋଲିସ ଗିରଫ କରି ବ୍ରହ୍ମବରଦା ଥାନାକୁ ଆଣିବା ପରେ ଦଫା ୩୦୨ ଆଇପିସି ଆକ୍ଟରେ ମଞ୍ଜରୁ ଅଲ୍ଲୀକୁ କୋର୍ଟ ଚାଲାଣ କରାଯାଇଚି ।

Related Posts

About The Author

Add Comment