ଗଡମଧୁପୁରୁ, ୨୮/୯(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ୫୩ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ମରଣଯନ୍ତାରେ ପରିଣତ ହୋଇଛି । ପ୍ରତିଦିନ ଏହି ରାଜପଥ ଉପରେ ବହୁ ସଂଖ୍ୟାରେ ଭାରୀଯାନ କଳାପଥର ବୋଝେଇ ଚିପ୍ସ, ବୋଲଡର ଗାଡି ଗୁଡିକର ବେପାରୁଆ ଚାଳାନା ଫଳରେ ଦୃର୍ଘଟଣାରେ ବହୁ ଧନ ଜୀବନ ହାନୀ ହେଉଛି । ଗତକାଲି ଏହି ରାସ୍ତାରେ ଜଣେ ଗରିବ ଲୋକଙ୍କର ଜୀବନ ଯାଉଥିବା ବେଳେ ରାସ୍ତା ରୋକ କରାଯାଇଥିଲା । ଫଳରେ ଆଜି ବଜାର କମିଟି, ବରଡା ଛକ ଆଂଚଳିକ ଯୁବକ ସଂଘ ସକାଳୁ ରାସ୍ତା ରୋକ କରି ପ୍ରଶାସନକୁ ରାସ୍ତା ମରାମତି କରିବା ଏବଂ ଦୃର୍ଘଟଣାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଅଧଘଂଟା ଧରି ଜାତୀୟ ରାଜପଥ ଅବରୋଧ କରିବା ପରେ ଅବରୋଧ ହଠାଯାଇଥିଲା । ଶରତ ମଲିକଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ନୃସିଂହ ମଲିକ, ବଟକୃଷ୍ଣ ମଲିକ, ଦେବବତ୍ର ସାହୁ, ନୀଳ ସାହୁ, ନିର୍ମଳ ଜେନା, କାବୁ ଜେନାମଣୀ, ସ୍ୱାଧୀନ ବେହରା, ମାନସ ସାହୁ, ସଂଜୟ ସାହୁ, ଦିଜ ସାହୁ, ଗୁନି ବେହେରା, ସଶାକାନ୍ତ ବାରିକ, ଉତ୍ତମ ବେହେରା ପ୍ରମୁଖଙ୍କ ସହିତ ବହୁ ସାଧରଣ ଜନତା ଯୋଗଦେଇ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।
ତାଜା ଖବର
- କୋଟି କୋଟି ଟଙ୍କା ପାଣିରେ, ସିକାଯୋର୍ ଟିକିଲି ନାଲର ୧୦ଟି ଚେକ୍ ଡ୍ୟାମ୍ ଶୁଖିଲା, ଚିନ୍ତାରେ ଚାଷୀ
- ପରିବା ବିକ୍ରିରେ ବ୍ୟବହାର ହେଉଛି ଆମ୍ବୁଲାନ୍ସ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ ୭/୩/୨୬
- ସବଡେଗାରେ ଭକ୍ତିମୟ ପରିବେଶ, ଗାଁ କମିଟି ପକ୍ଷରୁ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଉଦଯାପିତ ହେଲା ବହୁପୁରାତନ ମାଳହାଟ ମେଲଣ ।
- ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ
- ଛାତ୍ର ବତ୍ସଳ ଶିକ୍ଷକ ସ୍ଵର୍ଗତ ନିତ୍ୟାନନ୍ଦ ଦାସ ଙ୍କ ସ୍ମୁତି ଚାରଣ ସଭା
- ରାଜ୍ୟ ସଭା ନିର୍ବାଚନ।
- ବିପଦସଂକୁଳ ଅବସ୍ଥାରେ ଘୋଘର ବ୍ରିଜ, ୨୨ ବର୍ଷରୁ ଅପେକ୍ଷାରେ



