ତିହିଡି ୨/୫/୨୬ (ସନ୍ଧାନ ନ୍ୟୁଜ ) ତିହିଡି ବ୍ଲକ ଅନ୍ତର୍ଗତ ନୟା ନନ୍ଦ ପଞ୍ଚାୟତ ରେ ବାବା ପିତାମ୍ବର ଦାଶ ଙ୍କ ମଠ। ବାବା ମାନଙ୍କ ପ୍ରାୟତ ସଂସାର ନ ଥାଏ, କିନ୍ତୁ ବାବା ଙ୍କ ସଂସାର ଦୁଇଟି ଧର୍ମପତ୍ନୀ ଙ୍କୁ ନେଇ ଗଠିତ। ଜଣେ ହେଲେ କବିତା ଦାଶ, ଅନ୍ୟ ଜଣେ ହେଲେ ଓକିଲ ତଥା ପୁର୍ବତନ ସାମ୍ବାଦିକା (ସମ୍ବାଦ) ଶ୍ରୀମତୀ ଶୈଳବାଳା ମିଶ୍ର। ପିତା ସ୍ବର୍ଗତ ଦିବାକର ଦାଶ ଓ ମାତା ସ୍ବର୍ଗତ ହେମଲତା ଙ୍କ କୋଳ ମଣ୍ଡନ କରି ୧୯୬୬ ମସିହା ରେ ଜନ୍ମ ଗ୍ରହଣ କରିଥିଲେ ବାବା ପିତାମ୍ବର ଦାଶ। ପାଞ୍ଚ ଭାଇ ଓ ଜଣେ ଭଉଣୀ ଙ୍କ ସହିତ ତାଙ୍କ ପରିବାର ରେ ଭଲ ରେ ରହି ଥିଲେ ବାବା। ପିଲା ଦିନରୁ ଧର୍ମୀୟ ଭାବନା ସହ ଯୋଡ଼ି ହୋଇ ଥିଲେ ବାବା। ବାପା ଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଥିଲେ ସେ। ଯଦି ଓ ସେ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ସବୁ ଧର୍ମ ର ଲୋକ ଙ୍କ ପାଇଁ ତାଙ୍କର ପ୍ରବଳ ସମ୍ମାନ ଥିଲା। ପ୍ରଥମ ପତ୍ନୀ କବିତା ଦାଶ ଙ୍କ ଠାରୁ ତିନୋଟି ଝିଅ ଓ ଦୁଇଟି ପୁଅ ତାଙ୍କର ଅଛନ୍ତି। ଦ୍ୱିତୀୟ ପତ୍ନୀ ଶୈଳବାଳା ମିଶ୍ର ଜଣେ ଜଣାଶୁଣା ସାମ୍ବାଦିକା। ବାବା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ବାବା ଙ୍କୁ ବିବାହ କରିଥିଲେ। ସନ୍ତାନ ଜନ୍ମ କରିବା ତାଙ୍କର ଲକ୍ଷ୍ୟ ନ ଥିଲା। ବାବା ଙ୍କୁ ସାରା ରାଜ୍ୟରେ ପରିଚିତ କରାଇବା ପାଇଁ ସେ ପ୍ରୟାସ କରି ଥିଲେ। ବାବା ସଂସ୍କୃତ ଭାଷାରେ ପିଜି କରିଥଲେ। ଭାରତ ବିଭିନ୍ନ ଦେବୀ ପୀଠ ଭ୍ରମଣ କରି ବାବା ମାତା ଦକ୍ଷିଣ କାଳୀ ଙ୍କ ଆଶିଷ ପ୍ରାପ୍ତ କରିଥଲେ। ବାବା ଙ୍କ ପାଖରେ ଅଲୌକିକ ଶକ୍ତି ଥିବାରୁ ବହୁ ଭକ୍ତ ବାବା ଙ୍କ ପାଖକୁ ଆସି ତାଙ୍କ ସମସ୍ୟା କୁ ସମାଧାନ କରୁ ଥିଲେ। ଭଦ୍ରକ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାବା ଙ୍କ ଭକ୍ତ ଥିଲେ। ସେହି ଭକ୍ତ ମାନଙ୍କ ସାହାଯ୍ୟ ରେ ବାବା ନୟା ନନ୍ଦ ରେ ଏକ ବିରାଟ ଦକ୍ଷିଣ କାଳୀ ମନ୍ଦିର ନିର୍ମାଣ କରିଥିଲେ। ଯେଉଁ ମନ୍ଦିର ଭଦ୍ରକ ଜିଲ୍ଲାର ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି। ସମସ୍ତ ରାଜନୈତିକ ଦଳର ନେତା, ପ୍ରଶାସନିକ ଅଧିକାରୀ, ବିଶେଷ କରି ମହିଳା ମାନେ ବାବା ଙ୍କ ଆଶିଷ ପ୍ରାପ୍ତି ନିମନ୍ତେ ତାଙ୍କୁ ସାକ୍ଷାତ କରି ଧନ୍ୟ ହୋଇ ଛନ୍ତି। ଆମ ର ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ନାୟକ ତାଙ୍କ ମଠ କୁ ଯାଇ ତାଙ୍କ ଆଶିଷ ଲାଭ କରି ଛନ୍ତି। ମାତା ଦକ୍ଷିଣ କାଳୀ ଙ୍କ ଆଶିଷ ରୁ ତାଙ୍କ ବାକି ଜୀବନ ଖୁସି ରେ ଯାଉ ଏହା ହିଁ ଆମର କାମନା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ।
ମହାବିଦ୍ୟା ପୀଠ ମା ଦକ୍ଷିଣ କାଳୀ ର ମଠାଧୀଶ ବାବା ପିତାମ୍ବର ଦାଶ।
|
May 2, 2026 |



