ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ବିଲ ମାଲିକ ମୃତ, ଚାଲକ ଗୁରୁତର

Spread the love

ସୁନ୍ଦରଗଡ଼ ତା:୧୯-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ମହୁଲଗାଁ ହେଣ୍ଡୁଆ ଶୁଖା ଗ୍ରାମ ରେ ଭାରସାମ୍ୟ ହରାଇ ପୋଖରୀ ରେ ଓଲଟି ପଡିଲା ଟ୍ରାକ୍ଟର l ଯାହା ଫଳରେ ବିଲ ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡି ଚାଲକ ଗୁରୁତର ଥିବା ଜଣାପଡିଛି l ମୃତ୍ୟ ବିଲ ମାଲିକ ହେଲେ ଉକ୍ତ ଗ୍ରାମର ସୁରେଶ କିସାନ (୪୨)ଓ ଗୁରୁତର ଗାଡି ଚାଲକ ହେଲେ ଛତିଶଗଡ ରାଜ୍ୟ ର ଲୁଆକେରା ଗ୍ରାମର ସଚିନ କିସାନ l ସୂଚନା ଅନୁସାରେ ସୁରେଶ କିସାନ ଗଇକନପାଳି ରୁ ବିଲରେ ହଲ କରିବା ପାଇଁ ଟ୍ରାକ୍ଟର ଆଣି ଗୋଟିଏ ବିଲ ହଲ କରି ସାରିବା ପରେ ଅନ୍ୟ ବିଲକୁ ଟ୍ରାକ୍ଟର ନେଉଥିବା ବେଳେ ପୋଖରୀ ହିଡ଼ ରେ ଭାରସାମ୍ୟ ହରାଇ ପୋଖରୀ କୁ ଖସି ପଡିଥିଲା l ଗାଡ଼ିରେ ବସି ଥିବା ବିଲ ମାଲିକ ଏବଂ ଗାଡି ଚାଲକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ l ଏହା ଦେଖି ଗ୍ରାମବାସି ସେମାନଙ୍କୁ ଉଦ୍ଧାର କରିଥିଲେ l ସେତେ ବେଳକୁ ବିଲ ମାଲିକ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିବା ବେଳେ ଚାଲକ ଗୁରୁତର ଥିବା ଦେଖି ଗ୍ରାମବାସୀ ଦମକଳ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ଗୁରୁତର ଗାଡି ଚାଲକ କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ l ଖବର ପାଇ ତଲସରା ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଜଣା ପଡିଛି l ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ l ପୋଲିସ ଘଟଣା ର ଅଧିକ ରୁ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l ଟ୍ରାକ୍ଟର ଟି ନମ୍ବର ବିହୀନ ଥିବା ବେଳେ ଚାଲକ ଟି ସଚିନ କିସାନ ଗଇକନପାଳି ଗ୍ରାମ ନିଜ ଶଶୁର ଘରେ ରହି ଟ୍ରାକ୍ଟର ଚଳାଉଥିଲେ l ବିଲ ମାଲିକ ର ୩ଟି ଝିଅ ଥିବା ବେଳେ ସେ ପରିବାର ରୋଜଗାରିଆ ଥିଲେ l ଏହି ଘଟଣା ଦେଖି ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l

Related Posts

About The Author

Add Comment