ଯାଜପୁର, ୨୩ /୦୬ (ସନ୍ଧାନ ନିଉଜ) ଗଲ୍ଵାନ୍ ଉପତ୍ୟକା ରେ ଚୀନ ସହ ହୋଇଥିବା ସଂଘର୍ଷ ରେ ଦେଶ ମାତୃକା ର ରକ୍ଷା ପାଇଁ ନିଜ ପ୍ରାଣବଳି ଦେଇ, ସହୀଦ ହୋଇଥିବା ସେହୁ ବୀର ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ବରୀ ବିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ସଦିଛା ସାମଲ ଙ୍କ ନେତୃତ୍ୱରେ ରେ ବରୀ ସଂଗ୍ରାମୀ ମାଟି, କଳାମାଟିଆ ଠାରେ ଥିବା ସହିଦ ପୀଠ ପ୍ରାଙ୍ଗଣ ରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ସେହି ସହିଦ ସ୍ମୃତି ଉଦ୍ବେଶରେ ମହମବତୀ ପ୍ରଜ୍ବଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ କଳାମାଟିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସମୀର ମଳିକ, ସମାଜ ସେବୀ ଶ୍ରୀଯୁକ୍ତ ନିର୍ମଳ ଦାସ, ବରୀ ବିଜୁ ଛାତ୍ର ଜନତା ଦଳ ର ସମ୍ପାଦକ ସମ୍ବିତ ସାମଲ, କୀର୍ତ୍ତି କଲ୍ୟାଣ ସାମଲ, ଙ୍କ ସହ ବହୁ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ। ବୀର ଯବାନ ଅମର ରହେ,ବନ୍ଦେ ମାତରଂ ଧ୍ୱନି ରେ ସମଗ୍ର ଅଂଚଳରେ ଏକ ବାତାବରଣ ସୃଷ୍ଟି ହୋଇଥିଲା | Report- Manas Rout
ବୀର ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଲା ବରୀ ବିଜୁ ଛାତ୍ର ଜନତା ଦଳ

Related Posts
ହାଇଫାଇ ଲଜ୍ରେ ଚାଲିଥିଲା ବାଘ ଛାଲ ଡିଲ୍, ସୁରାକ୍ ପାଇ ପହଞ୍ଚିଗଲା ଏସଟିଏଫ୍
ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ପାଳିତ
ଧର୍ମଶାଳା ବ୍ଳକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ: ସରକାରୀ ବିଦ୍ୟାଳୟରେ ନାମ ନଲେଖାଇବାକୁ କହୁଛନ୍ତି ସରକାରୀ ଶିକ୍ଷକ !


