ଯଖପୁରା /୨୨/୯ (ସନ୍ଧାନ ନ୍ୟୁଜ)ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିଜୁ ପଟ୍ଟନାୟକ ମାର୍ଗର ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ଛକ ନିକଟରେ ଏକ ୧୮ ଚକିଆ ଟ୍ରଲର ଓଲଟି ପଡ଼ିଛି। ଟ୍ରଲରଟିର ନମ୍ବର ଡବ୍ଲୁବି ୧୧ଏଫ ୭୭୧୭ ବୋଲି ଜଣାପଡ଼ିଛି।ଟ୍ରଲରରେ କେବଳ ଚାଳକ ଥିବା ବେଳେ ସେ ଅଳ୍ପକେ ବିପଦରୁ ବର୍ତ୍ତି ଯାଇଛନ୍ତି। ଟ୍ରଲରରେ ଦୁଇଟି ଭାରୀ ଷ୍ଟିଲ୍ କଏଲ୍ ବୋଝେଇ ହୋଇଥିଲା। ସୂଚନା ଅନୁସାରେ, ଏହି କଏଲ୍ଗୁଡ଼ିକ ପାରାଦୀପରୁ ଜିନ୍ଦଲ କାରଖାନା ଅଭିମୁଖେ ଯାଉଥିଲା।ସ୍ଥାନୀୟ ସୂଚନା ଅନୁଯାୟୀ, ଲମ୍ବା ଟ୍ରଲରଟି ରାସ୍ତା କଡ଼କୁ ସାଇଡ୍ କରିବା ସମୟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ଗର୍ତ୍ତରେ ଚକ ଖସିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରଲରଟି ଓଲଟି ପଡ଼ିଥିଲା।ବିଳମ୍ବିତ ରାତି ହୋଇଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ମିଳିଛି। ତେବେ ବିଜୁ ପଟ୍ଟନାୟକ ମାର୍ଗର ଦୟନୀୟ ଅବସ୍ଥା ଯୋଗୁଁ ଭାରୀଯାନ ଚଳାଚଳରେ ନିୟମିତ ଭାବେ ସମସ୍ୟା ସୃଷ୍ଟି ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାର ବଡ଼ ବଡ଼ ଗର୍ତ୍ତ ଯୋଗୁଁ ଯେକୌଣସି ସମୟରେ ଗୁରୁତର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ସମ୍ପୃକ୍ତ ବିଭାଗ ତୁରନ୍ତ ରାସ୍ତାର ଗର୍ତ୍ତଗୁଡ଼ିକ ମରାମତି କରି ଭାରୀଯାନ ଚଳାଚଳକୁ ସୁରକ୍ଷିତ କରିବାକୁ ଦାବି ହୋଇଛି।
ବିଜୁ ପଟ୍ଟନାୟକ ମାର୍ଗରେ ଓଲଟିଲା ୧୮ ଚକିଆ ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଚାଳକ
|
September 22, 2026 |



