ବାଲିଶଙ୍କରା ବ୍ଲକ ସ୍ଥରୀୟ ଯୁଗୀ ଯୁଗୀଏନ ପ୍ରକଳ୍ପ ସମିତି ଗଠନ

Spread the love

ସୁନ୍ଦରଗଡ଼ ତା:୨୧-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ କାଲି ତା:୨୦-୦୬-୨୦୨୬ରିଖ ଶନିବାର ଦିନ ପ୍ରାୟ ୧୦ଟା ସମୟ ରେ ବାଲିଶଙ୍କରା ବ୍ଲକର ସର୍ବ ସାଧାରଣଙ୍କୁ ନେଇ ସୁଖା ମହାଦେବ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ପ୍ରସ୍ତାବିତ୍ତ ଯୁଗୀ ଯୁଗୀଏନ ଇବନଦୀ ପ୍ରକଳ୍ପକୁ ବନ୍ଦ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ ଆଲୋଚନାରେ ସର୍ବ ସମ୍ମତି କ୍ରମେ ଯୁଗୀ ଯୁଗୀଏନ ଯୋଜନାକୁ ସମ୍ପୂର୍ଣ ରଦ୍ଦ ସିଦ୍ଧାନ୍ତ ନିଆଗଲା ଓ ଏହା ସୁସଂଗଠିତ ଭାବରେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଗଲା । “ଯୁଗୀ ଯୁଗୀଏନ ବନ୍ଦ ସଂଗ୍ରାମ ସମିତି ବାଲିଶଙ୍କରା ବ୍ଲକ ଜିଲ୍ଲା ସୁନ୍ଦରଗଡ଼, ଓଡିଶା ରଖାଗଲା ଏବଂ ଏହି ସଂଗ୍ରାମ ସମିତି ର ସଭାପତି ଭାବରେ ଶ୍ରୀ ସୁଧାଂଶୁ ପଶାୟତ,ଉପ ସଭାପତି ପିଟର କୁଲୁ, ସମ୍ପାଦକ ଗଣେଶ ଚନ୍ଦ୍ର ମାଝୀ, ସହ ସମ୍ପାଦକ ଜୟ ଦେବ ତନ୍ତୀ ଓ କୋଷାଧକ୍ଷ ଭାବରେ ଜୋହାନି ଟେଟେ ଙ୍କୁ ନିର୍ବାଚିତ କରାଗଲା l ଆଗାମୀ ଦିନ ତଥା ଆଜି ଠାରୁ ଯୁଗୀ ଯୁଗୀଏନ ବନ୍ଦ ଯୋଜନାକୁ ସମ୍ପୂର୍ଣ ରଦ୍ଦ କରିବା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ଉଦ୍ୟେଶ୍ୟ ରେ ଏକ ଦାବିପତ୍ର ରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିବା ସୂଚନା ମିଳିଛି l

Related Posts

About The Author

Add Comment