ଯାଜପୁର, : ୧୫/୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ପାଣିକୋଇଲି ପୃର୍ତ୍ତି ବିଭାଗ ଅଧିନ ବରୁଆଁ ବାଲିଚନ୍ଦ୍ରପୁର ରାସ୍ତା ପାଲଟିଛି ମରଣ ଯନ୍ତା ଯାହା ଫଳରେ ଏହି ରାସ୍ତା ଦେଇ ହଜାର ହଜାର ଗାଡି ମଟର ଯାତାୟତ କରୁଥିବା ବେଳେ ଏହି ରାସ୍ତା ମରାମତିରେ କୋଟି କୋଟି ଖର୍ଚ୍ଚ କରାଯାଇଥିବା ବେଳେ ତାହା କିପରି ମରଣ ଯନ୍ତା ପାଲଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଆମ ଜିଲ୍ଲା ପ୍ରତିନିଧି ବାଲିଚନ୍ଦ୍ରପୁର ଗସ୍ତ କରିଥିବା ବେଳେ ଆରଡି ବିଭାଗ ଅଧିନରେ ରହିଥିବା ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ପାଇଥିଲେ ଏହି ରାସ୍ତା ମରାମତି କରାଯିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟତ କରୁଥିବାରୁ ବ୍ରହ୍ମବରଦା ମାଛ ମାକେଟ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ମରଣଯନ୍ତା ପାଲଟି ପାଲଟିଛି । ଏହି ରାସ୍ତା ଉପରେ ବଡ଼ ବଡ଼ ଗାଢ ସୃଷ୍ଟି ହୋଇଥିବା ଏହି ରାସ୍ତା ଉପରେ ଅନେକ ସମୟରେ ଦୃର୍ଘଟଣ ଘଟୁଛି ବିଶେଷ କରି ବର୍ଷା ଦିନ ହୋଇଥିବାରୁ ଖାଲ ଗୁଡିକ ବୁଡ଼ି ରହିବାରୁ ଲୋକମାନେ ଜାଣୀନ ପାରି ବାରୁ ଲୋକ ରାସ୍ତାରେ ପଡି ଆହତ ହେଉଛନ୍ତି । ଏହି ରାସ୍ତାର ମାଣ୍ଡୁକା ଛକ ଠାରୁ ଗଡଜିତ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି କିଛିଦିନ ତଳେ ପିଚୁକାମ ହୋଇଥିବା ବେଳେ ବିଭିନ୍ନ ଜାଗାରୁ ପିଚୁ ଉଠି ଗଲାଣି । ଏହି ରାସ୍ତା ଦେଇ ବଡ଼ ବଡ଼ ହାଇୱ। ଗାଡି,ଆମ୍ବୁଲାନ୍ସ,ବସ୍, ଟ୍ରକ୍,ଅଟୋ, ବାଇକ୍ ଯାତାୟତ କରୁଛି । ବରୁଆଁ, ଯାଜପୁର,ହରିପୁର,କୁଆଖିଆ, ଜାରକା,ଚଣ୍ଡିଖୋଲ, ବରୀ, ସୁଜନପୁର, ବାଲିଚନ୍ଦ୍ରପୁର, କେନ୍ଦ୍ରାପଡ଼ା ଅଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତା ଜିଲ୍ଲାରେ ଏକ ଗୁରୁତ୍ଵ ପୂର୍ଣ୍ଣ ଯୋଗାଯୋଗ ପଥ ପାଲଟିଛି । କଲେଜ ଛାତ୍ରଛାତ୍ରୀ ଏବଂ ବହୁତ ଲୋକ ଯାତାୟତ କରନ୍ତି । ଏହି ରାସ୍ତା ମରାମତି ନାମରେ ସରକାରୀ ଅର୍ଥ ହରିଲୁଟ୍ ହେଉଥିବା ବେଳେ ତାହା ବାରମ୍ଵାର ଖରାପ ଆଡକୁ ଗତି କରୁଛି । ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୃର୍ତ୍ତୀ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଗୁରୁତ୍ଵ ଦେଉନ ଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତେଷ ଦେଖା ଦେଇଛି। ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ପୃର୍ତ୍ତୀ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତା ଉପରେ ଦୃଷ୍ଟି ଦେବା ଲାଗି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି କରାଯାଉଛି ।
ବରୁଆଁ ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା
|
August 15, 2026 |



