ବରଗଡ଼ରେ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ  ସାଂସଦଙ୍କ ସମେତ ଜିଲ୍ଲାର ବିଧାୟକଙ୍କ ଯୋଗଦାନ — ବରିଷ୍ଠ ସାମ୍ବାଦିକ ବିଜୟ_ସାହୁଙ୍କୁ ମୁଖ୍ୟମନ୍ତ୍ରୀ_ସମ୍ମାନ

Spread the love
ପଦ୍ମପୁର,  ୯/୧୦/୨୬ (ସନ୍ଧାନ ନ୍ୟୁଜ)  ବରଗଡ଼ ବନଖଣ୍ଡ ପକ୍ଷରୁ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପାଳିତ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ବଲପୁର ଡିଭିଜନର ସିସିଏଫ୍‌ ସମ୍ରାଟ ଗୈଡ଼, ବରଗଡ଼ ଡିଏଫ୍‌ଓ ସରୋଜ କୁମାର ପଣ୍ଡା ଓ ଏଡିଏମ୍‌ ମହେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବନ୍ୟପ୍ରାଣୀ ବନଖଣ୍ଡର ମୁଖ୍ୟାଳୟ ସମ୍ବଲପୁର ପରିବର୍ତ୍ତେ ବରଗଡ଼ରେ ସ୍ଥାପନ କରିବାକୁ ଦାବି ଉଠାଇଥିଲେ। ଆବଶ୍ୟକ ହେଲେ ଏହି ଦାବି ନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ କହିଥିଲେ। ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ କହିଥିଲେ, କେବଳ ସରକାରୀ କାର୍ଯ୍ୟକ୍ରମ ଓ କାଗଜପତ୍ରରେ ସୀମିତ ନରହି ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ପ୍ରକୃତ ସଚେତନତା ସୃଷ୍ଟି ଆବଶ୍ୟକ। ବିଜେପୁର ବିଧାୟକ ସନତ ଗଡ଼ତିଆ ଓ ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ଜୀବଜନ୍ତୁ, ଜଙ୍ଗଲ ଓ ପରିବେଶର ସନ୍ତୁଳନ ରକ୍ଷାରେ ମଣିଷର ଦାୟିତ୍ୱ ଉପରେ ମତ ରଖିଥିଲେ। ସିସିଏଫ୍‌ ସମ୍ରାଟ ଗୈଡ଼ ଡେବ୍ରିଗଡ଼ ଅଭୟାରଣ୍ୟର ପରିବେଶ ସୁରକ୍ଷା ପ୍ରୟାସକୁ ପ୍ରଶଂସା କରିବା ସହ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ ଜନସାଧାରଣଙ୍କ ସହଯୋଗ ଆହ୍ୱାନ କରିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁରର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁଙ୍କୁ ୨୦୨୬ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ପରିବେଶପ୍ରେମୀ, ବନ ବିଭାଗ କର୍ମଚାରୀ ଏବଂ ବିଭିନ୍ନ ସ୍କୁଲ-କଲେଜର ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Related Posts

About The Author

Add Comment