ବରଗଡ଼ , : ୨୧/୭/୨୬ (ସନ୍ଧାନ ନ୍ୟୁଜ) ବରଗଡ଼ ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନେଇ ଜିଲ୍ଲାସ୍ତରୀୟ ହ୍ୟାକାଥନ୍ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଏଡିଇଓ ଅମୃତା ସାହୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଭିଏସଏସ୍ୟୁଟିର ବିଭାଗୀୟ ମୁଖ୍ୟ ଡ. ସୁଶାନ୍ତ କୁମାର ବଡ଼ଜେନା ଯୋଗଦେଇ ବିଜ୍ଞାନ, ନବସୃଜନ ଏବଂ ପ୍ରଯୁକ୍ତିର ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବରଗଡ଼ ବିଇଓ ଜିତେନ୍ଦ୍ର ସେଠ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ବିଭିନ୍ନ ବିଭାଗର ମୋଟ ୧୮ଟି ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ଓ ଏହାର ବ୍ୟବହାରିକ ବିକାଶକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରତିଯୋଗିତାରେ ଓଏଭି ଫ୍ରେଜରପୁର ପ୍ରଥମ ସ୍ଥାନ, ମାଣ୍ଡୋଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ମାଣ୍ଡୋସିଲ) ଦ୍ୱିତୀୟ ସ୍ଥାନ ଏବଂ ଓଏଭି କେସାଇପାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୁରି ସଦସ୍ୟମାନେ ଏହି ତିନୋଟି ଦଳକୁ ରାଜ୍ୟସ୍ତରୀୟ ହ୍ୟାକାଥନ୍ ପ୍ରତିଯୋଗିତା ପାଇଁ ମନୋନୀତ କରିଛନ୍ତି।
ତାଜା ଖବର
- କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତଲସରା ପୋଲିସ ପକ୍ଷରୁ ନିଶା ମୁକ୍ତ ଅଭିଯାନ ସହିତ ସାଇବର ଠକେଇ ର ସଚେତନା କାର୍ଯ୍ୟକ୍ରମ
- ଘୋଘର ଗ୍ରାମ ରେ ସ୍କୁଟି ଚୋରି, ତଲସରା ଥାନା ରେ ଅଭିଯୋଗ
- “ଅର୍ଘ୍ୟ” ଅନୁଷ୍ଠାନର “ପ୍ରଥମ ବାର୍ଷିକ ଉତ୍ସବ-୨୦୨୬”,
- ବ୍ରହ୍ମାକୁମାରୀ ଛତିଆ ପକ୍ଷରୁ ରକ୍ତଦାନ ଶିବିର
- ଜାତୀୟ କ୍ରୀଡ଼ା ଦିବସ: ୩ ଦିନ ବ୍ୟାପୀ ପାଳନ ହେବ କ୍ରୀଡ଼ା ଉତ୍ସବ
- ରକ୍ତତୀର୍ଥ କଳାମାଟିଆ ଠାରେ ୮୪ ତମ ବରୀ ସହିଦ ଦିବସ ସମାରୋହ ପାଳିତ
- ଜାତୀୟ କ୍ରୀଡା ଦିବସ ଅବସରରେ ଯାଜପୁରରେ ସାଇକେଲ ରାଲି ଆୟୋଜିତ
- ଚାଷୀ ପଞ୍ଜିକରଣ କୁ ନେଇ ତିହିଡ଼ି ରେ ଚାଷୀ ଅସନ୍ତୋଷ
- ଆମ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବ। ଅଭିମନ୍ୟୁ ସେଠୀ।
- ଚାରପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଓ ସଂସ୍କୃତ ସପ୍ତାହ ପାଳିତ



