ବରଗଡ଼ , : ୨୧/୭/୨୬ (ସନ୍ଧାନ ନ୍ୟୁଜ) ବରଗଡ଼ ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନେଇ ଜିଲ୍ଲାସ୍ତରୀୟ ହ୍ୟାକାଥନ୍ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଏଡିଇଓ ଅମୃତା ସାହୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଭିଏସଏସ୍ୟୁଟିର ବିଭାଗୀୟ ମୁଖ୍ୟ ଡ. ସୁଶାନ୍ତ କୁମାର ବଡ଼ଜେନା ଯୋଗଦେଇ ବିଜ୍ଞାନ, ନବସୃଜନ ଏବଂ ପ୍ରଯୁକ୍ତିର ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବରଗଡ଼ ବିଇଓ ଜିତେନ୍ଦ୍ର ସେଠ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ବିଭିନ୍ନ ବିଭାଗର ମୋଟ ୧୮ଟି ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ଓ ଏହାର ବ୍ୟବହାରିକ ବିକାଶକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରତିଯୋଗିତାରେ ଓଏଭି ଫ୍ରେଜରପୁର ପ୍ରଥମ ସ୍ଥାନ, ମାଣ୍ଡୋଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ମାଣ୍ଡୋସିଲ) ଦ୍ୱିତୀୟ ସ୍ଥାନ ଏବଂ ଓଏଭି କେସାଇପାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୁରି ସଦସ୍ୟମାନେ ଏହି ତିନୋଟି ଦଳକୁ ରାଜ୍ୟସ୍ତରୀୟ ହ୍ୟାକାଥନ୍ ପ୍ରତିଯୋଗିତା ପାଇଁ ମନୋନୀତ କରିଛନ୍ତି।
ତାଜା ଖବର
- ତଳସରା ଥାନା ପକ୍ଷରୁ ତଳସରା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
- ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶୈଶବ ଅଭିଯାନ’ ଶିଶୁଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା
- ଡିଜେର ଶବ୍ଦ ନୁହେଁ, ମାନବିକତାର ସ୍ୱର ଉଚ୍ଚ ହେଉ”: ଜନସାଧାରଣଙ୍କୁ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ନିବେଦନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦକ୍ଷିଣାଞ୍ଚଳ ରାଜ୍ୱସ ଆୟୁକ୍ତ ଭାବେ ଯୋଗ ଦେଲେ ବିଜୟ ଅମୃତ କୁଲାଙ୍ଗେ।
- ବାଲେଶ୍ଵର ଜିଲ୍ଲାପାଳ ଙ୍କ ଅଚାନକ ସିମୁଳିଆ ବ୍ଲକ ପରିଦର୍ଶନ।
- ଯାଜପୁରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ପାଳିତ, ସମସ୍ତ କର୍ମଚାରୀ ନେଲେ ସାଧୁତାର ଶପଥ
- ବିଞ୍ଝାରପୁର ବ୍ଲକର ହୋଟେଲରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର



