ପାଳିଆ ନାୟକ ସାହି ରେ ମା ମଙ୍ଗଳା ଙ୍କ ଦଧିନଉତି ଉତ୍ସଵ

Spread the love

ତିହିଡି  ୨୧/୪/୨୬ (ସନ୍ଧାନ ନ୍ୟୁଜ )  ତିହିଡି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ନାୟକ ସାହି ରେ ମା ମଙ୍ଗଳା ଙ୍କ ଦଧିନଉତି ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ମହିଳା ମାନେ କୁଣ୍ଡି ନଦୀ ରେ ସ୍ନାନ କରି ମା ଙ୍କ ପୂଜା ଅର୍ଚ୍ଚନା କରି ଥିଲେ। ପୂଜା ମଣ୍ଡପ ର କର୍ତ୍ତା ଭାବେ ଦିବାକର ନାୟକ ଓ ତାଙ୍କ ସହ ଧର୍ମିଣି କାମିନୀ ବାଲା ନାୟକ ପୂଜା ଆରମ୍ଭ କରିଥିଲେ। ବସନ୍ତ ନନ୍ଦ ଙ୍କ ମନ୍ତ୍ର ଉଚ୍ଚାରଣ ରେ ସ୍ଥାନୀୟ ଅଞ୍ଚଳ ଭାବ ମୟ ହୋଇ ଉଠିଥିଲା। ଦୀର୍ଘ ଦିନ ର ଅପେକ୍ଷା ପରେ ମା ମଙ୍ଗଳା ଯୁବକ ସଂଘ ର ପ୍ରୟାସ ରେ ଏହି ମନ୍ଦିର ନିର୍ମାଣ ର ସ୍ବପ୍ନ ସାକାର ହେବାକୁ ଯାଉଛି ବୋଲି ଭକ୍ତ ମାନେ ପ୍ରକାଶ କରି ଥିଲେ। ଦଧିନଉତି ରେ ଯେଉଁ ସାମଗ୍ରୀ ଆବଶ୍ୟକ, ଯଥା ଧାନ, ମୁଗ, ବିରି। ଅଳଙ୍କାର ଏ ସବୁ ଭକ୍ତ ମାନେ ଧାଡ଼ି ରେ ଆସି ଦଧିନଉତି ରେ ଦାନ କରିଥଲେ। ସନ୍ଧ୍ୟ ପାଞ୍ଚ ଟା ରେ ଯଜ୍ଞ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲା। ନିରାକାର ନାୟକ ଦାସୀ ପଡି ମା ମଙ୍ଗଳା ଙ୍କ ଇଚ୍ଛା କଣ ଭକ୍ତ ମାନଙ୍କୁ ସୂଚନା ଦେଇ ଥିଲେ। ଗ୍ରାମ ର ମୁଖିଆ ମାନେ ଯଥା ଲମ୍ବୋଦର ନାୟକ, ଦେବେନ୍ଦ୍ର ପ୍ରସାଦ ମହାନ୍ତି, ବିଦ୍ୟାଧର ନାୟକ, ପ୍ରଦୀପ କୁମାର ମହାନ୍ତି, ରତିକାନ୍ତ ମହାନ୍ତି, ଫୁଲ ନାୟକ, ଆରତୀ ନାୟକ, ସରୋଜ କୁମାର ଦାସ। ଅକ୍ଷୟ କୁମାର ଦାସ, ହରିଶ୍ଚନ୍ଦ୍ର ଦାସ ଦିଲ୍ଲୀପ କୁମାର ନାୟକ , ଅଶୋକ କୁମାର ନାୟକ, ଚକ୍ରଧର ନାୟକ, ପୁଷ୍ପ କାନ୍ତ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରି ଥିଲେ। ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଉଷା କାନ୍ତ ନାୟକ ମନ୍ଦିର ନିର୍ମାଣ ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ। ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ସମସ୍ତ ଗ୍ରାମ ବାସୀ ଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ୍ ଅର୍ପଣ କରାଯାଇ ଥିଲା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment