ନିଆଁ ଲାଗି ୨ଟି ସ୍ଥାନରେ ୪ବଖରା ପୋଡି ପାଉଁଶ
ଚଣ୍ଡିଖୋଲ, ୦୯/୦୪ (ସନ୍ଧାନ ନିୟୁଜ/ମାନସ ରାଉତ) ଆଜି ସଂଧ୍ୟା ସମୟରେ ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର ପଂଚାୟତ ଭଡଙ୍ଗାଗ୍ରାମରେ ନିଆଁ ଲାଗି ୨ଭଖରା ଚାଳଛପର ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ମୁତାବକ ଶ୍ୟାମସୁନ୍ଦର ବାରିକଙ୍କ ଘରେ ରୋଷେଇ ହେଉଥିବା କାରଣରୁ ଚୁଲିରୁ ନିଆଁ ଉଡି ଚାଳରେ ଲାଗିଥିଲା । ଫଳରେ ୨ଭଖରା ଘର ବାରଣ୍ଡା ଘରର ସମସ୍ତ ଆସବାପତ୍ର ସମେତ ପିଜ୍ର, ଟିଭି, ଖଟ, କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଏହାର ଆନୁମାନି ଭାବେ ୭୦ହଜାରରୁ ଅଧିକ କ୍ଷତି ହୋଇଥିବା କୁହାଯାଉଛି ।
ସେହିପରି ଆଜି ଦିନ ୧୨ଟା ସମୟରେ ଦର୍ପଣ ତହସିଲ ଅନ୍ତର୍ଗତ ଛତିଆ ନିକଟସ୍ଥ ନୟାପଟଣା ଗ୍ରାମରେ ନିଆଁ ଲାଗି ଗୋକୁଳା ନନ୍ଦ ସାହୁଙ୍କ ଚାଳଛପର ଘର ପୋଡି ଯାଉଥିବା ଜଣାଯାଇଛି । ବିଦୁ୍ୟତ ସଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ଘରେ ଥିବା ପିଜ୍ର, ଗର୍ଡେଜ, ଖଟ, ନଗଦ ୪ହଜାର ଟଙ୍କା, ସମେତ ଅନ୍ୟନ ଆସବା ପତ୍ର ପୋଡି ଯାଇଥିବା ଜଣାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।
Related Posts
About The Author