ବୀରମହାରାଜପୁର : ୧/୪/୨୬ (ସନ୍ଧାନ ନ୍ୟୁଜ ) ଏପ୍ରିଲ ଏକ ତାରିଖରୁ ଜନଗଣନା ଆରମ୍ଭ ହେଉଥିବା ନେଇ ବୀରମହାରାଜପୁର ଚାର୍ଜ ସେନ୍ସସ ଜନଗଣନା ଅଧିକାରୀ ମଙ୍ଗଳବାର ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି l ବୀରମହାରାଜପୁର ତହସିଲଦାର ତଥା ଜନଗଣନା ସେନସସ ଅଧିକାରୀ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ଓ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜନ ଗଣନା ଉପରେ ବିସ୍ତୃତ ଭାବରେ ସୁଚନା ଦେଇଥିଲେ। ସରକାରଙ୍କ ଯୋଜନା ଅନୁସାରେ ଏପ୍ରିଲ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଡିଜିଟାଲ ସ୍ୱ ଘର ଗଣନା ତାଲିକା ଆରମ୍ଭ ହେବ । ତେଣୁ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଆରମ୍ଭ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ଜନଗଣନା ଅଧିକାରୀ ମାନେ ଘରକୁ ଘର ଯାଇ ଏହି କାର୍ଯ୍ୟ କରିବେ । ପ୍ରତ୍ୟେକ ଘରର ମୁଖ୍ୟଙ୍କ ନାମରେ ଏକ ଆଇଡି ଖୋଲା ହେବ । ଏଥିରେ ପରିବାର ସମସ୍ତ ତଥ୍ୟ ରହିବ । ଏଥିପାଇଁ ୩୪ ଟି ପ୍ରଶ୍ନ ରହିଛି । ସେ ଗୁଡିକ ପରିବାର ମୁଖ୍ୟ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୧୬ ଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜନ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବ ବୋଳି ଚାର୍ଜ ସେନ୍ସସ ଅଫିସର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ସାମ୍ବାଦିକ ସମ୍ବିଳନୀ ରେ ସୁଚନା ଦେଇଛନ୍ତି । ଏଣୁ ଏହି ଜାତୀୟ କାର୍ଯ୍ୟ କ୍ରମରେ ସମସ୍ତ ଗଣ ପ୍ରତିନିଧି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ସାମ୍ବାଦିକ ମାନେ ପ୍ରଚାର ପ୍ରସାର କରିବା ସହ ସମସ୍ତେ ସମ୍ପୁର୍ଣ୍ଣ ଭାବରେ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଥିଲେ।
ବୀରମହାରାଜପୁର ଗ୍ରାମୀଣ ଅଞ୍ଚଳରେ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ଏକ ତାରିଖ ରୁ ଆରମ୍ଭ ହେବା ନେଇ ଗଣମାଧ୍ୟମରେ ସୂଚନା ଦେଲେ ସେନସସ୍ ଅଧିକାରୀ
ବୀରମହାରାଜପୁର ଗ୍ରାମୀଣ ଅଞ୍ଚଳରେ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ଏକ ତାରିଖ ରୁ ଆରମ୍ଭ ହେବା ନେଇ ଗଣମାଧ୍ୟମରେ ସୂଚନା ଦେଲେ ସେନସସ୍ ଅଧିକାରୀ



