ବରଗଡ଼/ସନ୍ଧାନ ନ୍ୟୁଜ: ଅସହ୍ୟ ଗରମ ଯୋଗୁଁ ରାତିରେ ଘରେ ଶୋଇ ହେଉନି । ତେଣୁ ପୂରା ପରିବାର ଘର ବାହାରେ ଶୋଇଥିଲେ । ହେଲେ ସେମାନେ ଜାଣି ନଥିଲେ ଏହି ରାତି ଥିଲା ସେମାନଙ୍କ ପାଇଁ କାଳ ରାତି । ତିନିଟି ହାତୀ ଜମଦୂତ ପରି ଆସିଲେ ଓ ଚାହୁଁ ଚାହୁଁ ପୂରା ପରିବାରକୁ ପାଦତଳେ ଦଳି ଛାରଖାର କରିଦେଲେ । ଆମେ କହୁଛୁ ବରଗଡ଼ ଜିଲ୍ଲା ପାଇକମାଲ ରେଞ୍ଜ ସଲଡିହି ଗାଁର କଥା । ଖାତ୍ୟ ଅନ୍ବେଷଣରେ ଗାଁରେ ପଶିଥିବା ହାତୀ ପଲ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ, ସିଲଡିହି ଗାଁର ବିପିନ ବରିହାଙ୍କ ପରିବାର ସହ ଏମିତି ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବିପିନଙ୍କ ପତ୍ନୀ ପାନ, ୧୦ ବର୍ଷୀୟା ଝିଅ ସୁନନ୍ଦା ଓ ୩ ବର୍ଷର ପୁଅ ଆଦିତ୍ୟ । ହାତୀ ଆକ୍ରମଣରେ ବିପିନ, ତାଙ୍କ ୭ ବର୍ଷର ପୁଅ ମଣ୍ଟୁ ଏବଂ ବୃଦ୍ଧ ପିତା ଜଟିଆ ଗୁରୁତର ହୋଇଛନ୍ତି ।ଅସହ୍ୟ ଗରମ ହେତୁ ବିପିନ ଓ ତାଙ୍କ ପରିବାର ଗତ ରାତିରେ ଘର ପଛପଟେ ଶୋଇଥିଲେ । ଉକ୍ତ ସମୟରେ ୩ଟି ହାତୀ ଗୋଠଛଡା ହୋଇ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଥିଲେ । ରାତିର ଅନ୍ଧକାରରେ ସେମାନେ ସମସ୍ତଙ୍କୁ ପାଦରେ ଦଳି ଦେଇଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ୍ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇ ନ ଥିବା ଅଭିଯୋଗ ହୋଇଛି ।
ତାଜା ଖବର
- ମାୟ ଭାରତ(My Bharat)ଯାଜପୁର ଦ୍ୱାରା ‘ହର ଘର ତିରଙ୍ଗା’ ଅଭିଯାନ ଆୟୋଜିତ
- ସିଧିପୂର୍ ଗ୍ରାମରେ ଜନ ଅଭିଯୋଗ ଶୁଣାଣୀ
- ସିଧିପୂର୍ ଗ୍ରାମରେ ଜନ ଅଭିଯୋଗ ଶୁଣାଣୀ
- ଦିଶା କଳିଙ୍ଗ ବୈଶ୍ୟ ମହିଳା ସଂଘ ଓ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୫୯ୟୁନିଟ ରକ୍ତ ସଂଗୃହୀତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ
- ଯାଜପୁରରେ ବୈତରଣୀ ନଦୀରେ ବିପଦ ସଙ୍କେତ ଟପିଲା ଜଳସ୍ତର: ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ
- ଦୁଇ ଦିନ ପରେ ଭସମା ପୋଲିସ ଗାଙ୍ଗପୁର ଗେଟ ନିକଟ ବିଲରୁ ଗଳିତ ଶବ ଉଦ୍ଧାର
- ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ
- ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଯାଜପୁର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ



