ସୁନ୍ଦରଗଡ଼ ତା:୨୮-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ତଲସରା ପଞ୍ଚାୟତ ସରପଞ୍ଚ ଶ୍ରୀ ଯୁକ୍ତ ତ୍ରିଲୋଚନ ପ୍ରଧାନ ଙ୍କ ତତ୍ୱାବଧାନ ରେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ଠାରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଶଙ୍କରା ବ୍ଲକ ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଶ୍ରୀମତି କୁଞ୍ଜଳତା ଭିତ୍ରିଆ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ଜାତୀୟ ଖାଦ୍ୟ ସୁରକ୍ଷା ଅଧିକାରୀ, ତଲସରା ପିଇଓ, ଏଡିଓ, ୱାର୍ଡ ମେମ୍ବର, ଏସଏଚଜି ମହିଳା ସି ଆର ପି ସହିତ ଅଞ୍ଚଳମାନ୍ୟଗଣ୍ୟ ବ୍ୟକ୍ତି ମହିଳା, ପୁରୁଷ ଉପସ୍ଥିତ ଥିଲେ l ଅଞ୍ଚଳ ର ସାଧାରଣ ବ୍ୟକ୍ତି ମାନେ ନିଜର ବ୍ୟକ୍ତିଗତ ଏବଂ ସାମୋହିକ କାର୍ଯ୍ୟ କୁ ନେଇ ଅନେକ ଥର ବ୍ଲକ କାର୍ଯ୍ୟାଳୟ କୁ ଯାଇଥାନ୍ତି l ଏଥି ନିମନ୍ତେ ସରକାର ଙ୍କ ଅନୁମୋଦନ କ୍ରମେ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ଅଭିଯୋଗ ଶୁଣାଣି ପାଇଁ “ସେବା ସେତୁ ଅଭିଯାନ “କାର୍ଯ୍ୟକ୍ରମ କରାଯାଉଛି l ଆଜି ଏହି କାର୍ଯ୍ୟକ୍ରମ ଟି ତଲସରା ଗ୍ରାମ ପଞ୍ଚାୟତ ଠାରେ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଜନ ସାଧାରଣ ଙ୍କ ସୁବିଧା ଅସୁବିଧା ସମସ୍ୟା ସମାଧାନ କରାଯାଇଥିବା ସୂଚନା ମିଳିଛି l
ତଳସରା ପଞ୍ଚାୟତରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
|
September 28, 2026 |



