ସୁନ୍ଦରଗଡ ତା:୧୩/୬/୨୦୨୬(ସନ୍ଧାନ ନ୍ୟୁଜ/ବ୍ୟୁରୋ) ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ ବିକାଶ ଭବନ ଠାରେ ଆୟୋଜିତ “ବିକାଶ ଓ ଉପଲବ୍ଧି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏବଂ ସୁଭଦ୍ରା ଶକ୍ତି ସମ୍ବାଦ କାର୍ଯ୍ୟକ୍ରମରେ ଜନକଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଗରିବ ଓ ଅସହାୟ ପରିବାରମାନଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବା ସହିତ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳତାକୁ ନୂତନ ଦିଗ ମିଳିବ।ସମୃଦ୍ଧ ପରିବାର, ସଶକ୍ତ ମହିଳା ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମହୋନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ସୁଶାସନ, ଜନକଲ୍ୟାଣ, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ଇତିହାସ ରଚନା କରୁଛି । ଜନସାଧାରଣଙ୍କ ଆଶା ଓ ବିଶ୍ୱାସକୁ ସାଥୀ କରି ବିକଶିତ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ଏହି ଦୃଢ଼ ପଦକ୍ଷେପ ଆଗାମୀ ଦିନରେ ରାଜ୍ୟକୁ ଅଧିକ ସମୃଦ୍ଧ ଓ ସଶକ୍ତ କରିବ ବୋଲି ବିଶ୍ୱାସ କରାଯାଉଛି ।



