ସୁନ୍ଦରଗଡ଼ ତା:୦୮-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଛତିଶଗଡ ରାଜ୍ୟର ଜଣେ ଅସହାୟ ବୃଦ୍ଧା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଭାଟିପଡା ଠାରେ ଗତ ୭ତାରିଖ ସନ୍ଧ୍ୟା ୭ଟା ସମୟରେ ଝିପି ଝିପି ବର୍ଷା ରେ ରାସ୍ତାରେ ନଇଁ ନଇଁ ଘୁରି ବୁଲୁଥିଲେ l ଏହା ଦେଖି ସ୍ଥାନୀୟ ଦୋକାନୀ ବେଦବ୍ୟାସ ମହାକୁଲ ବୃଦ୍ଧାଙ୍କ ସମସ୍ତ ଘଟଣା ପଚାରି ବୁଝିଥିଲେ l ଏବେ ବୃଦ୍ଧା ଙ୍କ ହୃଦୟ ବିଦାରକ କାହାଣୀ ଶୁଣି ସ୍ଥାନୀୟ ସମ୍ବାଦ ପ୍ରତିନିଧି ପ୍ରଦୀପ ନନ୍ଦ ଙ୍କୁ ଅବଗତ କରାଇଥିଲେ l ଖବର ପାଇ ସାମ୍ବାଦିକ ପ୍ରଦୀପ ନନ୍ଦ ଘଟଣା ସ୍ଥଳ ରେ ପହଞ୍ଚି, ବୃଦ୍ଧା ଟି କ୍ଷୁଧାରେ ଥିବା ଦେଖି ତାକୁ ପ୍ରଥମେ ଫଳ, ବିସ୍କୁଟ ଓ ଟିଫିନ ପ୍ରଦାନ କରିଥିଲେ l ଏହାପରେ ବୃଦ୍ଧା ପରିଚୟ, ଠିକଣା ଓ ସମସ୍ତ ଘଟଣା ସମ୍ପର୍କରେ ପଚାରିଥିଲେ l ବୃଦ୍ଧା ଜଣକ ହେଲେ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜାମବାହାଲ ଗ୍ରାମର ଫୁଲମତି କାଲୋ (୬୨)l ତାଙ୍କ ସ୍ୱାମୀ ଙ୍କ ନାମ ବଳଦେବ ଖେରୁଆଲ (୬୫)l ଏମାନଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ନାହିଁ l ଏମାନେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି l ସ୍ୱାମୀ ସ୍ତ୍ରୀ ଦ୍ୱୟ ଙ୍କ ପିଲା ଛୁଆ ନାହାନ୍ତି l ବୃଦ୍ଧା ଙ୍କ ଘରଦ୍ୱାର ନ ଥିବା ଜାଣିଲା ପରେ ଯଥାଶୀଘ୍ର ଥଇଥାନ ର ବ୍ୟବସ୍ଥା କରିବା ପାଇଁ ତଲସରା ପୋଲିସ ର ସହାୟତା ପାଇଁ ସ୍ଥାନୀୟ ବିଜେପି ମଣ୍ଡଳ ବିଧାୟକ ପ୍ରତିନିଧି ରବି ଚନ୍ଦ୍ର ପଟେଲ ଓ ସମାଜ ସେବି ବନମାଳୀ ବାରସତୀଆ ତଲସରା ଥାନା ଅଧିକାରୀ ଯଶୋବନ୍ତି ବାଗ ଙ୍କୁ ସୂଚନା ଦେଇଥିଲେ କିନ୍ତୁ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପାଇଁ ମଧ୍ୟ ବହୁ ବିଳମ୍ବ ହୋଇଥିବା ଦେଖି ସାମ୍ବାଦିକ ପ୍ରଦୀପ ନନ୍ଦ କନକ ନ୍ୟୁଜ ପ୍ରତିନିଧି ଦେବାଶିଷ କବି ଏବଂ ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ ଙ୍କ ଦୃଷ୍ଟି କୁ ଆଣିଥିଲେ l ଉଭୟେ ସୁନ୍ଦରଗଡ଼ ଏସପି ଓ ଜିଲ୍ଲାପାଳ ଙ୍କ ନଜର କୁ ଏ ଦୃଶ୍ୟ ଆଣିବା ପରେ ତଲସରା ପୋଲିସ ତତ୍ପର ଦେଖାଇ ରାତ୍ରି ୧୦ଟା ୨୦ମିନିଟ ସମୟରେ ଗାଡି ପଠାଇ ଉକ୍ତ ବୃଦ୍ଧା ଙ୍କ ଥଇଥାନ ପାଇଁ ସୁନ୍ଦରଗଡ଼ ସଖି କେନ୍ଦ୍ରକୁ ପଠାଇଥିଲେ l ପ୍ରକୃତ ଘଟଣା ସ୍ୱାମୀ ସ୍ତ୍ରୀ ଙ୍କ କଥପ କଥନ ରୁ ମନାନ୍ତର ହୋଇ ସ୍ୱାମୀ ବଳଦେବ ଖେରୁଆଲ ସ୍ତ୍ରୀ ଫୁଲମତି କାଲୋ କୁ ଛାଡି ଯିବା ଦ୍ୱାରା ବୃଦ୍ଧା ପଥଭ୍ରଷ୍ଟ ହୋଇ ଏଣେତେଣେ ବାଡ଼ିଟିଏ ଧରି ନଇଁ ନଇଁ ଘୁରି ବୁଲୁଥିବା ତଦନ୍ତରେ ଜଣା ପଡ଼ିଥିଲା ।
ଛତିଶଗଡ ରାଜ୍ୟର ଅସହାୟ ବୃଦ୍ଧା ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ସାମ୍ବାଦିକ ଓ ସ୍ବେଛାସେବୀ ଯୁବକ ମାନେ ବୃଦ୍ଧା ଙ୍କୁ ନେଇ ସଖି ଅନୁଷ୍ଠାନରେ କଲେ ଥଇଥାନ
|
August 8, 2026 |



