କୁରେଇ ପଞ୍ଚାୟତ ବାଗଲତା ରାସ୍ତା ରେ ଥିବା ପୋଲ ଭାଙ୍ଗି ଧସିଲା, ଜନ ସାଧାରଣଙ୍କ ଯାତାୟାତ ଠପ୍

Spread the love

ସୁନ୍ଦରଗଡ଼ ତା ୨୮-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ କୁରେଇ ପଞ୍ଚାୟତ ଅନ୍ତର୍ଗତ ବାଗଲତା ରାସ୍ତାରେ ଥିବା ପୋଲ ଆଜି ଭାଙ୍ଗି ଧସି ଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ପୋଲ ର ବିଷୟରେ ବାରମ୍ବାର ସୋସିଆଲ ମିଡ଼ିଆ ରେ ଭିଡିଓ ନ୍ୟୁଜ ଚାରିଆଡେ ଘୁରି ବୁଲୁଥିଲେ ମଧ୍ୟ ଏହି ପୋଲ ଉପରେ ପ୍ରଶାସନର ନଜର ଆଜି ପର୍ଯ୍ୟନ୍ତ ପଡିପାରୁ ନାହିଁ ବୋଲି ଜନ ସାଧାରଣ ସୂତ୍ରରୁ ଜଣା ପଡିଛି l ଏହି ପଞ୍ଚାୟତ ର ସରପଞ୍ଚ ବାରମ୍ବାର ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ କରିଥିଲେ ମଧ୍ୟ ପ୍ରଶାସନ ଚୁପ ରହିଥିବା ଜଣା ପଡିଛି l ସରକାରଙ୍କ ଡବଲ ଇଞ୍ଜିନ ଥାଇ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ଏକ ବଡ ପ୍ରଶ୍ନ ପାଲଟିଛି । ଡବଲ ଇଞ୍ଜିନ ସରକାର ଲୋକଙ୍କ ସରକାର କୁହାଉ ଥିବା ବେଳେ ଗ୍ରାମାଞ୍ଚଳ ରେ ତାର ଭିନ୍ନ ଚିତ୍ର ଦେଖିବାକୁ ମିଳୁଥିବା ସରକାରଙ୍କ ପାଇଁ ଖେଲଘର ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବାରମ୍ବାର ଜନ ଶୁଣାଣି ରେ ତାର କାର୍ଯ୍ୟକାରୀ ନ ହେବା ସରକାରଙ୍କ ଅପାରଗତା କୁ ଦର୍ଶାଉଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି ଏହି ପୋଲ ଭାଙ୍ଗି ଧସି ଯିବା ଯୋଗୁଁ ଆର ପାରି ର ଲୋକ ଯା ଆସ କରିବା ପାଇଁ ଅସୁବିଧା ହେଉଥିବା ଦେଖାଦେଉଛି l ଏହି ପୋଲ କୁ ଅତି ଶୀଘ୍ର ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment