ପଦାରେ ପଡିଲା ଜଗତସିଂହପୁର ବିଜେଡି କଳି, ଦୁଇ ଗୋଷ୍ଠୀ ମୁହାଁମୁହିଁ

Spread the love
  • 13
  •  
  •  
  •  
  •  
    13
    Shares

ଜଗତସିଂହପୁର ୬/୪ (ସନ୍ଧାନ ନିୟୁଜ) ବିଜେଡିରେ ଫାଟ । ଚଳିତ ନିର୍ବାଚନ ଆରମ୍ଭରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁମ୍ବିତୋଫାନ । ଟିକେଟ ବଣ୍ଟା ହେବା ଦିନଠାରୁ ପ୍ରତ୍ୟେକ ଦିନ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଢ଼ୁଛି । ତେବେ ଜଗତସିଂହପୁର ରାଜନୀତି ସବୁବେଳେ ରାଜ୍ୟ ରାଜନୀତିକୁ ହଟଚମଟ କମରିଥାଏ । ଏଥରକ ମଧ୍ୟ ଏଠାରେ ଟିକେଟ ବଣ୍ଟା ହେବା ଦିନଠାରୁ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଛି । ଜଗତସିଂହପୁର ଆସନରେ ବିଜେଡି ଟିକେଟ ରେସରେ ଆଗରେ ରହିଥିଲେ ବିଷ୍ଣୁଭ୍କ ଅନୁଗତ କୁହାଯାଉଥିବା ଅମରେନ୍ଦ୍ର ଦାଶ । ତେବେ ତାଙ୍କୁ ଟିକେଟ ନଦେଇ ଦଳ ବାଲିକୁଦା-ଏରସମା ବିଧାୟକ ପ୍ରସାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଆଜି ପ୍ରସାନ୍ତ ମୁଦୁଲି ଏକ ବିଶାଳ ରାଲିରେ ନାଉଗାଁ ବାହାରିଥିବା ବେଳେ ଅମରେନ୍ଦ୍ରଙ୍କ ସମର୍ଥକମାନେ କଳାପତାକା ଦେଖାଇ ଏହାକୁ ବିରୋଧ କରିଥିଲେ । ତେବେ ପ୍ରସାନ୍ତଙ୍କ ସମର୍ଥକମାନେ ଅମରେନ୍ଦ୍ରଙ୍କ ସମର୍ଥକଙ୍କୁ ରାସ୍ତାରୁ ହଟିବା ପାଇଁ ଧମକ ଦେଇଥିଲେ । ପ୍ରସାନ୍ତ ମୁଦୁଲିଙ୍କୁ ଗୋବ୍ୟାକ ନାରା ଦେଇ ବାହାରିଥିବା ଅମରେନ୍ଦ୍ରଙ୍କ ସମର୍ଥକ ପଛଘୁଞ୍ଚା ନଦେବାରୁ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏବଂ ପରେ ଠେଙ୍ଗାଧରି ପ୍ରସାନ୍ତଙ୍କ ସମର୍ଥକ ଗୋଡାଇ ଗୋଡାଇ ପିଟିଥିଲେ । ଫଳରେ ଛତ୍ରଭଙ୍ଗ ହୋଇ ଅମରେନ୍ଦ୍ରଙ୍କ ସମର୍ଥକମାନେ ପଳାଇଥିଲେ ।ବିଜେଡିରେ ଏଭଳି ଗୋଷ୍ଠୀ କନ୍ଦଳ ହେଉଥିବାରୁ ଏହାର ଫାଇଦା ବିରୋଧୀମାନେ ଉଠାଇବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ସମୟ ଆସିଲେ ଜଗତସିଂହପୁର ସବୁବେଳେ ଚଳଚଞ୍ଚଳ ହୋଇ ଉଠିଥାଏ । ସେ ବିରୋଧୀଙ୍କ ସହ ହଟ୍ଟଗୋଳ ହେଉ ବା ନିଜ ଦଳ ଭିତରେ ଗଣ୍ଡଗୋଳ । ପୂର୍ବରୁ ଦାମ-ବିଷ୍ଣୁ କଳି ଓଡିଶା ପ୍ରସିଦ୍ଧ ଥିଲା । ଏବେ ପ୍ରସାନ୍ତ ଏବଂ ଅମରେନ୍ଦ୍ରଙ୍କ କଳି ନୂଆ ରେକର୍ଡ କରିବ ବୋଲି ଚର୍ଚ୍ଚା ହେଉଛି ।

Report- Manas Rout

  • 13
    Shares

Related Posts

About The Author

Add Comment