Homeଆନ୍ତର୍ଜାତୀୟଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ପରଲୋକ ଚନ୍ଦ୍ର ପୃଷ୍ଠକୁ ଯାଇଥିବା ବିଶ୍ୱର ଚତୁର୍ଥ ବ୍ୟକ୍ତି ଆଲେନ ବିନଙ୍କର ପରଲୋକ Manas Kumar Rout | May 27, 2018 | Spread the love ୱାସିଙ୍ଗଟନ/ନୂଆଦିଲ୍ଲୀ, 27/5(ସନ୍ଧାନ ନିୟୁଜ୍) ଦୁଇଥର ଅନ୍ତରୀକ୍ଷ ଯାତ୍ରା କରିଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ଆଲେନ ବିନଙ୍କର ୮୬ ବର୍ଷ ବୟୟରେ ଆମେରିକାର ହ୍ୟୁଷ୍ଟନ ସହରରେ ପରଲୋକ ହୋଇଯାଇଛି। ସେ ୧୯୬୯ ରେ ‘ଆପୋଲୋ ୧୨’ ମିଶନରେ ଭାଗ ନେଇଥିଲେ ଏବଂ ଚନ୍ଦ୍ର ପୃଷ୍ଠକୁ ବିଶ୍ୱର ଚତୁର୍ଥ ବ୍ୟକ୍ତି ଥିଲେ। ଆପୋଲୋ-୧୨ ଅନ୍ତରୀକ୍ଷ ଯାନର ଲୁନାର ମଡ୍ୟୁଲ ପାଇଲଟ ବିନ ସେଠାରେ ୩୧ ଘଣ୍ଟା ବିତାଇଥିଲେ। ଅନ୍ତରୀକ୍ଷରେ ସର୍ବମୋଟ ୬୯ ଦିନ ବିତାଇଥିବା ବିନ ଭବିଷ୍ୟତର ଅନ୍ତରୀକ୍ଷ ଯାତ୍ରିମାନଙ୍କର ପ୍ରସ୍ତୁତି ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ନାସା ଶନିବାରଦିନ ରାତିରେ ତାଙ୍କର ନିଧନ ବିଷୟରେ ସୂଚନା ଦେଇଛି। ବିନଙ୍କର ଜନ୍ମ ୧୫ ମାର୍ଚ୍ଚ ୧୯୩୨ ରେ ଟେକ୍ସାସର ହ୍ୱିଲରରେ ହୋଇଥିଲା ଏବଂ ସେ ଫୋର୍ଟୱର୍ଥ ହାଇସ୍କୁଲରେ ପାଠପଢ଼ିଥିଲେ। ଏହା ପୂର୍ବରୁ ନୌସେନାରେ ପାଇଲଟ ଥିଲେ କିନ୍ତୁ ୧୯୬୩ ରେ ନାସାରେ ଯୋଗ ଦେଇଥିଲେ। Related Posts କ୍ରିକେଟରୁ ସନ୍ୟାସ ନେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଗମ୍ଭୀର October 18, 2018 | Santosh Rout | ଅଧିକ ପଢନ୍ତୁ ବୁଡି ଗଲା ଡଙ୍ଗା: ୪ ପ୍ରବାସୀଙ୍କ ମୃତ୍ୟୁ, ୧୧ ନିଖୋଜ October 16, 2021 | Sandhan News | ଅଧିକ ପଢନ୍ତୁ ହରିଦାସପୁର- ପାରାଦୀପ ରେଳପଥ; ବିଦ୍ୟୁତ ସଂଯୋଗ କାର୍ଯ୍ୟ ତଦାରକ କରୁଛି ଟେକନିସିଆନ ଟିମ, ଗଣମାଧ୍ୟମରେ ପ୍ରକାଶ ପାଉଛି ରେଳ ଗାଡି ଗଡ଼ିଲା ଭଳି ମିଛ ଖବର June 29, 2019 | Manas Kumar Rout | ଅଧିକ ପଢନ୍ତୁ ପିଏଚ୍ଡି ସ୍କଲାରରୁ ଆତଙ୍କବାଦୀ ପାଲଟିଥିବା ମନନ୍ ବସିର ଓ୍ଵାନି ନିହତ October 11, 2018 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
କ୍ରିକେଟରୁ ସନ୍ୟାସ ନେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଗମ୍ଭୀର October 18, 2018 | Santosh Rout | ଅଧିକ ପଢନ୍ତୁ
ହରିଦାସପୁର- ପାରାଦୀପ ରେଳପଥ; ବିଦ୍ୟୁତ ସଂଯୋଗ କାର୍ଯ୍ୟ ତଦାରକ କରୁଛି ଟେକନିସିଆନ ଟିମ, ଗଣମାଧ୍ୟମରେ ପ୍ରକାଶ ପାଉଛି ରେଳ ଗାଡି ଗଡ଼ିଲା ଭଳି ମିଛ ଖବର June 29, 2019 | Manas Kumar Rout | ଅଧିକ ପଢନ୍ତୁ
ପିଏଚ୍ଡି ସ୍କଲାରରୁ ଆତଙ୍କବାଦୀ ପାଲଟିଥିବା ମନନ୍ ବସିର ଓ୍ଵାନି ନିହତ October 11, 2018 | Manas Kumar Rout | ଅଧିକ ପଢନ୍ତୁ