ନୂଆଦିଲ୍ଲୀ ୨୮/୩ (ସନ୍ଧାନ ନିୟୁଜ) : ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଦ୍ୱାରା ଚାଳିତ ହେଉଥିବା ଯାନବାହାନର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକମାନଙ୍କ ଚାହିଦାକୁ ଦେଖି ବ୍ରିଟେନର ଏକ ଜଣାଶୁଣା ଯାନବାହାନ କମ୍ପାନୀ ଗୋଜିରୋ ମୋବିଲିଟି ଆଜି ଭରତରେ ଦୁଇଟି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଥିବା ଜଣାପଡ଼ିଛି । ଗୋଟଇଏ ମଡେଲର ନାଁ ଗୋଜିରୋ ମାଇଲ୍ ହୋଇଥିବା ବେଳେ ଅନ୍ୟାଟିର ନାଁ ଗୋଜିରୋ ଓ୍ଵାନ୍ ରଖାଯାଇଛି । ଭାରତୀୟ ବଜାରରେ ଦୁଇଟି ବାଇକ୍ର ଦାମ୍ ୨୯,୯୯୯ଟଙ୍କା ଏବଂ ୩୨,୯୯୯ଟଙ୍କା ରହିଥିବା ଜଣା ପଡ଼ିଛି । ଗୋଜିରୋ ମାଇଲ୍ରେ ୩୦୦ଓ୍ଵାଟ୍ର ବ୍ୟାଟେରି ଲଗା ଯାଇଥିବା ବେଳେ ଗୋଜିରୋ ଓ୍ଵାନ୍ରେ ୪୦୦ଓ୍ଵାଟ୍ର ବ୍ୟାଟେରି ଲଗା ଯାଇଛି ।
ଗୋଜିରୋ ମାଇଲ ଫୁଲ୍ ଚାର୍ଜ ହେବା ପରେ ୪୫କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରୁଥିବା ବେଳେ ଗୋଜିରୋ ଓ୍ଵାନ୍ ଫୁଲ୍ ଚାର୍ଜ ହେବା ପରେ ୬୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ । ସବୁଠାରୁ ଖାସ୍ କଥା ହେଲା କମ୍ପାନି ଏହି ଦୁଇଟ୍ ବାଇକ୍ରେ ଡିସ୍କ ବ୍ରେକ୍, କ୍ରୁଜ୍ କଣ୍ଟ୍ରୋଲ ଏବଂ ଡିସ୍ପେ ସ୍କ୍ରିନ୍ର ସୁବିଧା ଦେଇଛି । ଏଭଳି ବାଇକ୍କୁ ଭାରତରେ ଲଞ୍ଚ କରିବାରେ ଗୋଜିରୋ ପ୍ରଥମ କମ୍ପାନୀ ବୋଲି ଜଣା ପଡ଼ିଛି ।