କଂଗ୍ରେସ ଛାଡିଲେ ତିନିଜଣ ପୂର୍ବତନ ବିଧାୟକ

Spread the love

ଭୁବନେଶ୍ୱର୨୭/୩ (ସନ୍ଧାନ ନିୟୁଜ /ସନ୍ତୋଷ ରାଉତ) ; କଳାହାଣ୍ଡିରେ କଂଗ୍ରେସକୁ ବଡ ଝଟକା । ୩ଜଣ ବିଧାୟକ ଦଳ ଅଣଦେଖା କରିଥିବା ଅଭିଯୋଗ କରି ପିସିସି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ଜୁନାଗଡର ପୂର୍ବତନ ବିଧାୟକ ଗୋବର୍ଧନ ଦାସ, ନର୍ଲାର ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଧର୍ମଗଡର ପୂର୍ବତନ ବିଧାୟକ ଯୁଗରାମ ବେହେରା ପଠାଇଛନ୍ତି। ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଦୀର୍ଘ ଦୁଇ ଦଶନ୍ଧି ଧରି ଅନେକ ବାଧା, ବିଘ୍ନ, ପ୍ରତିଘାତ ସହ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଶୃଂଖଳିତ କର୍ମୀ ଭାବରେ ଦୀର୍ଘ ଦିନରୁ ସଂଘର୍ଷ କରି ଦଳକୁ ମଜବୁତ କରିବାରେ ସହାୟକ ହୋଇ ଆସୁଥୁଲୁ । କିନ୍ତୁ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀ ଚୟନ ସମୟରେ ଆମମାନଙ୍କୁ ଉପେକ୍ଷା ଓ ଅଣଦେଖା କରାଯାଇଛି ।

ତାଙ୍କ ସହ କଳାହାଣ୍ଡିର ଶତାଧତ୍କ କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ୩ ଜଣ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସିସି କାର୍ଯ୍ୟାଳୟକୁ ଆସି ଇସ୍ତଫା ଦେଇଛନ୍ତି। ତେବେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନି । କଳାହାଣ୍ଡି ଜିଲ୍ଲାରେ ବିଧାୟକ ପ୍ରାର୍ଥୀ ଚୟନରେ ସାଂସଦ ପ୍ରାର୍ଥୀ ନିଜର ପୁଅ ଏବଂ ତାଙ୍କର ଅନୁଗତ ଥିବା ଲୋକଙ୍କୁ ପ୍ରାର୍ଥୀ କରୁଛନ୍ତି । ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ପ୍ରାର୍ଥୀ ଦିଆଯାଉଥିବା ବେଳେ ଦଶନ୍ଧି ଦଶନ୍ଧି ଧରି ଦଳ ପ୍ରତି ଅନୁଗତ ରହି ଦଳ ପାଇଁ ସେବା କରିଆସୁଥିବା ବରିଷ୍ଠ ନେତୃତ୍ୱ ନେଉଥିବା କର୍ମୀଙ୍କୁ ଦଳ ଉପେକ୍ଷା କରିଛି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ।

Related Posts

About The Author

Add Comment