ରସୁଲପୁର ବ୍ଲକ୍ ସ୍ତରୀୟ ପଞ୍ଚାୟତରାଜ ଦିବସ, ଯୋଗଦେଲେନି ବହୁ ସରପଂଚ ସମିତିସଭ୍ୟା ସଭ୍ୟ  ବ୍ଲକ ପ୍ରଶାସନର ଅବହେଳାକୁ ଦାୟୀକଲେ ଜନପ୍ରତିନିଧି 

Spread the love
ରସୁଲପୁର,୬/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ମାର୍ଚ୍ଚ ୫କୁ ସମଗ୍ର ରାଜ୍ୟରେ ପଂଚାୟତରାଜ ଦିବସ ଭାବରେ ପାଳନ କରାଯାଉଛି । ଏହାକୁ ପଂଚାୟତରାଜ ସଂସ୍ଥାରେ ସରକାରୀ ଭାବରେ ପାଳନ କରିବାକୁ ନିଦେ୍ର୍ଦଶ ରହିଛି । ଏହି କ୍ରମରେ ଆଜି ରସୁଲପୁର ବ୍ଲକ ପକ୍ଷରୁ ପଂଚାୟତରାଜ ଦିବସ ଲୋକ ଦେଖାଣିଆ ଭାବରେ ପାଳନ କରାଯାଇଛି । ଏ ଦିଗରେ ବହୁ ଜନପ୍ରତିନଧି ଅବଗତ ନଥିବା ନେଇ ଅଭିଯେଗ କରିଛନ୍ତି । ଏଥିଯପାଇଁ ପ୍ରତିନଧିଗଣ ବ୍ଲକ ପ୍ରଶାସନ ଓ ପଂଚାୟତ ସମତିର ମୁଖ୍ୟଙ୍କୁ ଦାୟୀ କରିଛନ୍ତି । ଏ ବାଦରେ ଆସିଥିବା ୮୦ହଜାର ଟଙ୍କାର ସଠିକ୍ ବିନିଯୋଗ ହେବା ଉପରକୁ ଅଙ୍ଗୁଳି ମଧ୍ୟ ଉଠାଇଛନ୍ତି ।
ରସୁଲପୁର ପଂଚାୟତ ସମିତି ଉପାଧ୍ୟକ୍ଷା ସାରତି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଂଚାୟତରାଜ ଦିବସ ସମାରୋହ ଅଭିମନୁ୍ୟ ସାମସ୍ତ ସିଂହାର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାଏ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, କୋରେଇ ବିଧାୟକ ପ୍ରତିନଧି ପ୍ରହ୍ଲାଦ୍ ପଣ୍ଡା, ପଂଚାୟତ ସମିତି ଉପାଧ୍ୟକ୍ଷ ଯତିନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ରସୁଲପୁର ବିଡିଓ ଉମାକାନ୍ତ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତାଜ ବ୍ୟବସ୍ଥା ପରିସରଭୂକ୍ତ ଜନପ୍ରତିନିଧିମାନଙ୍କୁ ଯୋଗଦେବାର ସୁଯୋଗ ମିଳିନଥିଲା । ପଂଚାୟତ ସମତି ପକ୍ଷରୁ ବହୁ ଜନପ୍ରତିନଧିଙ୍କୁ ଏ ନେଇ ଅବଗତ କରାଯାଇ ନଥିଲା । କାର୍ଯ୍ୟକ୍ରମକୁ ତରବରିଆ ଭାବରେ ପାଳନ କରାଯାଇଥିଲା । ମାତ୍ର ସରପଂଚମାନେ ପଂଚାୟତରେ ଦିବସ ପାଳନ କରିବା ଆଳରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ । ମାତ୍ର ଯୋଗାଯୋଗ ଅଭାବରୁ ସମତି ସଭ୍ୟ, ଜିଲାରପିଷଦ ସଦସ୍ୟମାନେ କାର୍ଯ୍ୟକ୍ରମକୁ ଆସି ପାରିନଥିଲେ ବୋଲି ଅଭିଯୋଗ କରିଛନ୍ତି । ହେଲେ ବିଜୁ ଜନତାଦଳ କର୍ମକର୍ତ୍ତା ଓ କର୍ମୀଙ୍କୁ ନେଇ ସମାରୋହ ସିମୀତ ରହିଥିଲା । ସମାରୋହକୁ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଏଥିପାଇଁ ଛାମୁଣ୍ଡିଆ ଆବଶ୍ୟକ ନଥିଲା । ସମାରୋହରେ ଯୋଗଦେବା ପାଇଁ ଆସିଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପୁଡିଆ ବ୍ୟବସ୍ଥା କରିବା ପାଇଁ ବ୍ୟୟବରଦା ହୋଇଥିଲା । ହେଲେ ଉପସ୍ଥାନ ଖୁବ୍ ନଗଣ୍ୟ ଥିଲା । ମାତ୍ର ଏ ବାବଦକୁ ଉଦିଷ୍ଟ ଅର୍ଥ ଖର୍ଚ୍ଚରେ ଅନିୟମିତତା ହେବା ନେଇ ସନେ୍ଦହ ଉପୁଯିଛି । କାର୍ଯ୍ୟକ୍ରମକୁ ର ଠ ଭାବରେ ପାଳନ କରି ଅର୍ଥ ହଡପ କରିବାକୁ ବ୍ଲକ ପକ୍ଷରୁ ସମୁଧା କରାଯାଇଛି ବୋଲି ସମତିସଭ୍ୟ ବିଶ୍ୱନାଥ ପଣ୍ଡା, ଚୈତନ୍ୟ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ପଂଚାୟତ ସମିତି ଅଧ୍ୟକ୍ଷା ସାରତି ଜେନାଙ୍କୁ ପଚାରିବାରୁ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଚିଠି ପଠାଯାଇଛି । ଏହି ଦିବସ ପାଳନକୁ ନେଇ ସରକାରୀ ଚିଠି ବିଳମ୍ବରେ ପହଁଚିଥିଲା । ଏଥିପାଇଁ ତରବରିଆ ଭାବରେ ସମାରୋହକୁ ଆୟୋଜନ କରିବାକୁ ପଡିଥିଲା ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment