ୟୁନିୟନ ବ୍ୟାଙ୍କର ପ୍ରଥମ ଓଡ଼ିଆ ଇଡି

Spread the love

ଭୁବନେଶ୍ବର,୫/୩ (ସନ୍ଧାନ ନିୟୁଜ) : ୟୁନିୟନ ବ୍ୟାଙ୍କର ପ୍ରଥମ ଓଡ଼ିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ମାନସ ରଂଜନ ବିଶ୍ବାଳ ଚଳିତମାସ ପହିଲାରେ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୮୫ରେ ପିଏନବିରୁ ମ୍ୟାନେଜମେଣ୍ଟ ଟ୍ରେନିଂ ଭାବେ ଶ୍ରୀ ବିଶ୍ବାଳ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୩ ବର୍ଷର ଚାକିରି କାଳ ମଧ୍ୟରେ ସେ ବିଭିନ୍ନ ଶାଖା, ଆଞ୍ଚଳିକ କାର୍ଯ୍ୟାଳୟ, କ୍ଷେତ୍ରୀୟ କାର୍ଯ୍ୟାଳୟ ଆଦିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ୟୁନିୟନ ବ୍ୟାଙ୍କର ଇଡି ପଦରେ ଅବସ୍ଥାପିତ ହେବା ପୂର୍ବରୁ ଶ୍ରୀ ବିଶ୍ବାଳ ପିଏନ୍‌ବିର ‌ରିଜ‌ଲ୍ୟୁସନ ଆଣ୍ଡ ଏନ୍‌ସିଏଲ୍‌ଟି ଡିଭିଜନର କର୍ପୋରେଟ୍ କାର୍ଯ୍ୟାଳୟରେ ମହା ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ବିଶ୍ବାଳ ମଧ୍ୟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କର୍ସର ଜଣେ ସାର୍ଟିଫାଏଡ୍ ଆସୋସିଏଟ୍।

Related Posts

About The Author

Add Comment