ରାହାମ୍ବା ପଂଚାୟତରେ ରାଷ୍ଟ୍ରିୟ ସୁରକ୍ଷା ଦିବସ, ମିଶ୍ରଣ ପର୍ବ ପାଳିତ

Spread the love

ରସୁଲପୁର, ୩/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ୯ଗୋଟି ପଂଚାୟତରୁ ରାହାମ୍ବା ପଂଚାୟତ ଅନ୍ୟତମ । ଏହି ପଂଚାୟତକୁ ବ୍ଲକର ମୁଣ୍ଡ ବୋଲି କୁହାଯାଉଛି । ଏଠାରୁ ଏକାଧିକ ବ୍ୟକ୍ତି ପଂଚାୟତ ସମିତିର ଅଧ୍ୟକ୍ଷ ପଦରେ ଅଳଙ୍କୃତ ହୋଇଛନ୍ତି । ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧକାଳ ଧରି ପଂଚାୟତକୁ ବିଜେଡିର ଗଡ ଭାବରେ ବିବେଚନା କରାଯାଉଛି । ୨୦୧୨ ପଂଚାୟତ ନିର୍ବାଚନରେ ଏହି ପଂଚାୟତରୁ ବିଜେଡି ସମର୍ଥୀତ ସରପଂଚ ଅପ୍ରତିଦ୍ୱନ୍ଦୀ ଭାବରେ ନିର୍ବଚିତ ହୋଇଥିଲେ । ଏହି ଗଡରେ ଭାଜାପା ତାର ପତିଆର ଜାହିର କରିବା ପାଇଁ ପ୍ରୟାସ କରିଛି । ରାଷ୍ଟ୍ରିୟ ସୁରକ୍ଷା ଦିବସକୁ ଦଳ ଆଳରେ ରଣହୁଙ୍କାର ଦେଇଛି । ସୁରକ୍ଷା ଦିବସ ମିଶ୍ରଣ ପର୍ବରେ ପରିଣତ ହୋଇଛି । ପଂଚାୟତର କୋଳଥଳ ଗ୍ରାମକୁ ପଂଚାୟତର ରିମୋଟ ବୋଲି କୁହାଯାଉଥିବା ଏହି ଗାଁରୁ ୪୦ରୁ ଉର୍ଦ୍ଧ କର୍ମୀ ଆଜି ବିଜେଡି ଛାଡି ଭାଜାପାରେ ଯୋଗଦେଇଛନ୍ତି ବୋଲି ଦଳ ଦାବି କରୁଛି । ଏହି ଅବସରରେ କୋଳଥଳ ଗ୍ରାମର ପୂର୍ତ୍ତ ବିଭାଗ ରାସ୍ତା ପାଶ୍ୱର୍ରେ ଏକ ସଭା ଯୁବନେତା ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭାଜପାର ଜିଲା ସାଧାରଣ ସଂପାଦକ ସର୍ବେଶ୍ୱର ବେହୁରା, ବରିଷ୍ଠ ନେତା ସ୍ମୃତିରଂଜନ ବାରିକ, ଅଶୋକ ପଣ୍ଡା, ମନୋଜ ମହାନ୍ତି, ସାପ୍ରାରାଣୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଧର୍ମଶାଳାର ବିଜେଡି ବିଧାୟକଙ୍କ ଦୁର୍ନୀତି ସଂପର୍କରେ ଅଲୋକପାତ କରିଥିଲେ । ଧର୍ମଶାଳାରେ ଦୁର୍ନୀତିକୁ ଦଳ ଇସୁ୍ୟ କରିବ ବୋଲି ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରବିନ୍ଦ୍ର ଦାସ, ରାମକୃଷ୍ଣ ଦାସ, ଗୋପାଳ ନାୟକ, ଶୁଦ୍ନ୍ ମଲିକ, ରାକେଶ ମଲିକ, ଗୌରାଙ୍ଗ ମଲିକ, ଦିଲୀପ ପଣ୍ଡା, ଅରୁଣ ପଣ୍ଡା, ବିନୋଦ ଜେନା ପ୍ରମୁଖ ବିଜେଡି ଛାଡି ଭାଜପା ଦଳରେ ସାମିଲ ହୋଇଥିଲେ । ଯୁବନେତା ସବ୍ୟସାଚି ଦାସ, ବିବେକାନନ୍ଦ ନାୟକ, ଅଭୟ ପ୍ରଧାନ, ବାଦଲ ପ୍ରଧାନ ପ୍ରମୁଖ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହିଦ୍ଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।

Related Posts

About The Author

Add Comment