ରସୁଲପୁର, ୨/୩ (ସନ୍ଧାନ ନିଉଜ) ରସୁଲପୁର ବ୍ଲକ୍ ଭୋଟକା ପଂଚାୟତ ବିଲିପଡା ଗ୍ରାମର ଅବସର ପ୍ରାପ୍ତ ସେଲ୍ ଟ୍ୟାକ୍ସ କର୍ମଚାରୀ ପର୍ଶୁରାମ ଆଏଚ(୭୨)ଙ୍କର ଗୁରୁବାର ଦିନ କଲିକତା ସ୍ଥିତ ମିଲିଟାରୀ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ଉକ୍ତ ଖବରରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ କର୍କଟ ରୋଗରେ ପିଡିତ ହୋଇ ଅସୁସ୍ଥ ଥିଲେ । କଲିକତାର ଏହି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଏକ ଅସ୍ତ୍ରପ୍ରଚାର କରାଯାଇଥିଲା । ମାତ୍ର ତାହା ସଫଳ ନହେବାରୁ ଗୁରୁବାର ଦିନ ତାଙ୍କର ମୃତୁ୍ୟ ହୋଇଥିଲାା ଆଜି ଭୋରୁ ତାଙ୍କ ମରଶରୀର ଗାଁରେ ପହଁଚି ଥିଲା । ମରଶରୀରକୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳରେ ପରିକ୍ରମା କରାଯାଇ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ ନିକଟରେ ପଡହଁଚି ଶେଷ ଦର୍ଶନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଅବସର ପ୍ରାପ୍ତ ସେଲ୍ ଟ୍ୟାକ୍ସ କର୍ମଚାରୀଙ୍କ ପରଲୋକ
|
March 2, 2019 |



