ଯାଜପୁର, ୨୦/୧(ସନ୍ଧାନ ନିୟୁଜ) ମହାନଦୀ ନର୍ଥ ଡିଭିଜନ (ଜଗତପୁର) ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଗେଙ୍ଗୁଟି ନଦୀର ବାମପାର୍ଶ୍ୟ ୮କିମି ବ୍ୟାପି ରାସ୍ତା ବେଣାପୁରୁ ଠାରୁ ଅରେଇକଣା ପ୍ରର୍ଯ୍ୟନ୍ତ ୫କୋଟି ଟଙ୍କାର ବ୍ୟାୟ ଅଟକଳ କରାଯାଇ ୨୦୧୩ରେ ରାସ୍ତା ନିର୍ମାଣ ଆରମ୍ଭ କରାଯାଇଥିଲା । ଏହା ୨୦୧୫ମସିହାରେ ଶେଷ ହୋଇଥିଲା । ମାତ୍ର ୫କୋଟି ଟଙ୍କାର ନିର୍ମିତ ଏହି ରାସ୍ତାଟି ବଡନଛିପୁର ପ୍ରର୍ଯ୍ୟନ୍ତ ମାତ୍ର କେଇଦିନ ନପୁରୁଣ ରାସ୍ତାରୁ ପିଚୁ ଉଠିଯାଇଥିବା ବେଳେ ରାସ୍ତାରେ ବଡବଡ ଖାଲ ଖମା ସୃଷ୍ଟି ହୋଇ ଯାତାୟତା ଠପ ହୋଇଯାଇଥିଲା । ଫଳରେ ଅନେକ ସମୟରେ ବିଭିନ୍ନ ଛୋଟବଡ ଦୃର୍ଘଟଣା ଘଟି ଅନେକ ଲୋକ ଆହତ ହୋଇଥିଲେ । ଏହାକୁ ନେଇ ବହୁ ବାଦବିବାଦ ସୃଷ୍ଟି ହେବା ସହ ମାନ୍ୟବର ଅଦାଲତର ମଧ୍ୟ ଆଶ୍ରୟ ନିଆଯାଇଥିଲା । ମାତ୍ର ଏବେସୁଧା ପ୍ରଶାସନ ନ ଶୁଣି ପୁଣି ଏହାକୁ ଉପରେ ବ୍ୟୟ ଅଟକଳ କରିଥିବା ଏକ ବେଶେଷ ସୁତରୁ ଖବର ମିଳିଛି । କିନ୍ତୁ ଯିବାଆସିବାରେ ଘୋର ଅସୁବିଧା ଯୋଗୁ କୂଳନରସିଂହପୁର ଗ୍ରାମର ଗ୍ରାମବାସୀ ରାସ୍ତା କାର୍ଯ୍ୟ କରିଛନ୍ତି । ଗ୍ରାମର ମୋରମ ମାଟି ପକାଇ ରାସ୍ତା ସମତୁଲ କରିବା ସହିତ ରାସ୍ତାକୁ ମରାମତି କରିଥିଲେ । ଯାହାକୁ ନେଇ ଏବେ ଠିକାଦର ଟଙ୍କା ଖାଇଲା ଗ୍ରାମବାସୀ ରାସ୍ତା ନିର୍ମାଣ କଲେ ବୋଲି ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।
ଧର୍ମଶାଳା: ଠିକାଦାର ଟଙ୍କା ଖାଇଲା, ଗ୍ରାମବାସୀ ରାସ୍ତା ନିର୍ମାଣ କଲେ
|
January 21, 2019 |