କ୍ରସର ମାଫିଆଙ୍କୁ ପ୍ରଶାସନର ଶହେ ଶତକଡା ମାଫ୍ କାହା ସ୍ୱାର୍ଥରେ, ବଢୁଛି ପ୍ରଶାସନିକ ବଟି ଆଦାୟ
କ୍ରସର ମାଫିଆଙ୍କୁ ପ୍ରଶାସନର ଶହେ ଶତକଡା ମାଫ୍ କାହା ସ୍ୱାର୍ଥରେ, ବଢୁଛି ପ୍ରଶାସନିକ ବଟି ଆଦାୟ
Sandhan News |
January 4, 2019 |
ଯାଜପୁର, ,୪/୧ (ସନ୍ଧାନ ନିୟୁଜ) – ସଂପ୍ରତି ଯାଜପୁର ଜିଲାର ଧର୍ମଶାଳା ବ୍ଳକ ତଥା ତହସିଲ ଅଂଚଳର ୧୧ / ୧୨/୧୩ନଂ ଜିଲ୍ଲା ପରିଷଦ ଜୋନ ଚଣ୍ଡିଖୋଲ ଠାରୁ ବ୍ରାହ୍ମଣୀ ବ୍ରିଜ ମଧ୍ୟରେ ଶହଶହ ବେଆଇନ କ୍ରସର ଦୀର୍ଘ ବର୍ଷ ଧରି ସମସ୍ତ ଆଇନ କାନୁନକୁ ଉଲଘଂନ କରି ଚାଲିଥିଲା ଶହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପୁଜୁଛି । କିନ୍ତୁ ଜିଲ୍ଲା ପ୍ରଶାସନ ଓ ପ୍ରଦୁଷଣ ବିଭାଗ କାଳନିଦ୍ରାରେ ଶୋଇଛି । ପ୍ରାପ୍ତ ଖବର ନେବାରୁ ଜଣାଯାଏ ଉକ୍ତ ଅଂଚଳର ଚଣ୍ଡିଖୋଲ ଠାରୁ ଡୁବୁରୀ ମଧ୍ୟରେ ୫୩ତମ ଜାତୀୟ ରାଜପଥ ଅବସ୍ଥିତ । ଏହି ରାଜପଥ ଦୁଇ କଡରେ ଚଣ୍ଡିଖୋଲ, ଶୁଭଦ୍ରାପୁର, ହରିଦାସପୁର, ଭଡଙ୍ଗା,ଆରୁହା,ନେଉଳପୁର, ବାଜବାଟି, ଜାବରାଥଳି, ମାଣ୍ଡିଆ, ପାଖର, ବରଡା, ଡଙ୍କାରୀ, ରାହାଡପୁର,ଚଢେଇଧରା, ବାରମାଣ, ରାମଚନ୍ଦ୍ରପୁର, ବାଲିସାହି, ବାଘୁଆ, ମାଣ୍ଡିଆ ଗଡା,କୁସୁନପୁର, ବଳରାମପୁର, ପୋତୁଅ, ବିଛାଖଣ୍ଡି ପ୍ରଭୁତି ସ୍ଥାନ ଓ ଗ୍ରାମଂଚଳର ଜନବସତି ମଧ୍ୟରେ ବେଆଇନ କ୍ରସର ଚାଲିଛି । ଏହି ବେଆଇନ କ୍ରସର ଉଛେଦ ପାଇଁ ଏକ ଜନସ୍ୱାର୍ଥ ମାମଲା ଓଡିଶାର ମାନ୍ୟବର ଉଚ୍ଚ ନ୍ୟାୟଳୟରେ ହୋଇଥିବାରୁ କୋର୍ଟର ନିଦେ୍ର୍ଦଶ କ୍ରମେ ପ୍ରଶାସନ ଜନସାଧାରଣଙ୍କୁ ଭୁଆ ବୁଲାଇବାକୁ ନାମକୁ ମାତ୍ର ଏକ ଟ୍ୟାକ୍ସଫୋର୍ସ ଗଠନ କରିଥିଲେ । ଅପରପକ୍ଷେ ସରକାରଙ୍କୁ ଠକିବା ପାଇଁ ଏହି ବ୍ୟବସ୍ଥା କରାଯାଇ କ୍ରସର ଉପରେ ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି । ଏ ଅଂଚଲରେ ଯେଉଁ ଶହଶହ ମେଗା କ୍ରସର ଓ ସାଧାରଣ କ୍ରସରସବୁ ଚାଲିଛି । ନାମକୁ ମାତ୍ର କେତୋଟି କ୍ରସର ପଲୁସନ ପରିମିଶନ ରହିଥିବା ବେଳେ ବାକି ସମସ୍ତ ବେଆଇନ କ୍ରସର ଭାବେ ଚାଲିଛି । ଗତ ଦୁଇ ବର୍ଷ ପୂର୍ବେ ବର୍ତମାନର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଏକ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇ ନରାୟଣ ଧଳଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗ ପୋଲିସ ପ୍ରଶାସନ ଫୋର୍ସ ଧରି ସଦଳବଳେ ଉକ୍ତ ଅଂଚଳରେ ବେଆଇନ କ୍ରସର ଉଛେଦ ପାଇଁ ଚଢାଉ କରିଥିଲେ । କ୍ରସର ମାନଙ୍କର ହମ୍ପର ଭାଙ୍ଗିବା ସହ ବିଦ୍ୟୁତ ଲାଇନ କାଟିଥିଲେ । ଏଥିରେ ଧର୍ମଶାଳା, ଧାନମଣ୍ଡଳ, ତହସିଲ୍ାର ଏବଂ ଧର୍ମଶାଳା, ଜେନାପୁର, ବଡଚଣା ଥାନା ଅଧିକାରୀ ମାନେ ଯୋଗଦ ଦେଇଥିଲେ । ଏହି କ୍ରସର ମାନଙ୍କ ଉପରେ ଚଢାଉ କରି କେତେକ କ୍ରସରସିଲ କଲେ । ବହୁଳ ୍ରସର ମଧ୍ୟରୁ ମାତ୍ର ୯୪ଟି କ୍ରସର ଚଢାଉ କରିଥିଲେ । ବାକି ସମସ୍ତ ସାଧାରଣ କ୍ରସର ଓ ମେଗା କ୍ରସରତ ମାନଙ୍କୁ ଛାଡ କରିଥିଲେ । ଏହ ।ମଧ୍ୟରେ ପ୍ରଚୁର ମାତ୍ରାରେସରକାରୀ ରାଜନେତା ମାନଙ୍କର ପ୍ରଭଭାତମଧ୍ୟ ରହିଥିଲା । ଏହି କ୍ରସର ମାନଙ୍କ ମଧ୍ୟରୁ ବାହାର ରାଜ୍ୟରୁ ଆସି ମେଗା କ୍ରସର ଅନେକ ଡଙ୍କାରୀ ଅଂଚଳେô କରିଛନ୍ତି । ସାଧାରଣ କ୍ରସର ମାନଙଗକୁ ଯେଉଁ ଚଫାଏଉ୨ କରାତାଥିଲା । ଏକ ମାସ ନପୂରୁଣୁ ସେହି ବେଆଇନ କ୍ରସର ମାନଙ୍କୁ ବିଦ୍ୟୁତ ସଂଯୋଗ କରାଗଲା । ସିଲ ହୋଇଥିବା କ୍ରସର ମାଲିକମାନେ କିପରି ସିଲ ଭାଙ୍ଗି ଚଲାଇଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପରିପ୍ରେକ୍ଷୀରେ ଜଣାଯାଏ ଉକ୍ତ ଅଂଚଳରେ ଅନେକ ଶିଳ୍ପପତି, ରାଜନେତା ଓ ମାଫିଆ ମାନଙ୍କର କ୍ରସର ଚାଲିଛି । ସେମାନଙ୍କ ପ୍ରତି ପ୍ରଶାସନର ଦୁର୍ବଳତା ଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉ ନାହିଁ । ଯାହା ଫଳରେ ସାଧାରଣ ଲୋକ ଅତିଷ୍ଠ ହେଉଥିଲେ ମଧ୍ୟ ନିରୁପାୟ ଅବସ୍ଥାରେ କାଳତିପାତ କରୁଛନ୍ତି । ଅନେକ କ୍ରସର ନିଜସ୍ୱ ଯାଗା ଯାହା ଅଛି ବ୍ୟାପକ ମାତ୍ରାରେ ଜଙ୍ଗଲ କିସମ ଅନାବାଦୀ ଓ ଗୋଚର ଯାଗା ଦଖଳ କରିଥିବନା ଜାଣିବାକୁ ମିଳୁଛି । କ୍ରସର ମାଫିଆ ମାନଙ୍କୁ ପ୍ରଶାସନର ମାଫ କରାଯିବା ପଛରେ ଶାସକ ଦଳର ପ୍ରଛନ୍ନ ହାତ ରହିଥିବା ସାଧାରଣରେ ଆଲୋଚିତ ହେଉଛି । ମାନ୍ୟବର ହାଇକୋର୍ଟ ଏହା ଉପରେ ତଦନ୍ତ କଲେ ସମସ୍ତ ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଜନସାଧାରଣ ପକ୍ଷରୁ ଦାବୀ ହେଉଛି ।
Related Posts
About The Author