ଝାରସୁଗୁଡ଼ା ତା;୨୨/୧୧/୨୦୨୬(ସନ୍ଧାନ ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ା ସ୍ଥିତ ଶିବ ଉପବନ ବ୍ରହ୍ମାକୁମାରୀ ଆଶ୍ରମ ଠାରେ ଏକ ଦିବସୀୟ ଯୋଗ ତପସ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। କର୍ମଯୋଗରୁ କର୍ମାତିତ ତଥା କର୍ମରେ ରହି ମଧ୍ୟ କର୍ମ ବନ୍ଧନ ରୁ ମୁକ୍ତ ଓ ସାକ୍ଷୀ ହେବାର ଦିବ୍ୟ କଳା ବିଷୟ ରେ ମାର୍ଗ ଦର୍ଶନ ଦେବା ସହିତ ଗଭୀର ଯୋଗ ତପସ୍ୟା ର ଅଭ୍ୟାସ କରାଇଥିଲେ ବ୍ରହ୍ମାକୁମାରୀ ଆନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟ ଆବୁରୁ ଆସିଥିବା ପ୍ରେରଣାଦାୟୀ ସୁବକ୍ତା ତଥା ପ୍ରବୃଦ୍ଧ ରାଜଯୋଗ ଶିକ୍ଷକ ବି.କେ ସୂରଜ ଭାଇ ଏବଂ ବ୍ରହ୍ମାକୁମାରୀ ରାଜଯୋଗିନୀ ଗୀତା ଦିଦି। ସୁଦୂର ଜାମ୍ମୁ ଓ କାଶ୍ମୀର କେନ୍ଦ୍ରରେ ସର୍ମପିତ ଥିବା ବି.କେ କୃପାସିନ୍ଧୁ ଭାଇ ମଧ୍ୟ କର୍ମଯୋଗ ରୁ କର୍ମାତୀତ ବିଷୟ ରେ ମାର୍ଗଦର୍ଶନ କରିଥିଲେ। ଏହି ଶିବିର ଅମୃତବେଳା ଯୋଗ ସକାଳ 4.00 ରୁ ଆରମ୍ଭ ହୋଇ ସନ୍ଧ୍ୟା 7.30ରେ ଶେଷ ହୋଇଥିଲା। ଝାରସୁଗୁଡା ବ୍ରହ୍ମାକୁମାରୀ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବି.କେ ଅଶ୍ୱିନୀ ଦିଦି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧ।ନରେ ସମାପନ ହୋଇଥିବା ବେଳେ ବେଲପାହାଡ଼ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବି.କେ ଶିଖା ଦିଦି ମଞ୍ଚ ପରିଚାଳନା କରିଥିଲେ ଏବଂ ସମସ୍ତ କର୍ମ କର୍ତ୍ତା ଭାଇ ଭଉଣୀ ସକ୍ରିୟ ସହଯୋଗ କରିଥିଲେ। ଶିବିର ରେ ବେଲପାହାଡ଼, ବ୍ରଜରାଜନଗର, ବୁନ୍ଦିଆ, କୋଲାବିରା,ଲଇକେରା, କତରବଗା, ବିଟିଏମ୍,ବଡ଼ମାଲ ଓ ଝାରସୁଗୁଡ଼ା ସହରାଞ୍ଚଳ ରୁ ପ୍ରାୟ 1000ରୁ ଉର୍ଦ୍ଧ୍ବ ଅନୁଗାମୀ ଭାଇ ଓ ମା ଭଉଣୀ ଯୋଗ ଦେଇଥିଲେ।
ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ଏକ ଦିବସୀୟ ଯୋଗ ତପସ୍ୟା ଶିବିର ଆୟୋଜିତ
|
November 22, 2026 |



