ଗାଁ ରେ ନଳକୁଅଁ ଥାଇ ପିଇବା ପାଣି ଅଭାବ, ଆରଡବ୍ଲୁଏସଏସ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ

Spread the love

ସୁନ୍ଦରଗଡ଼ ତା:୨୧-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ଭଣ୍ଡାର କରୁଆବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢେଙ୍କିଗଡା ଗ୍ରାମ ଠାରେ ନଳକୁଅଁ ଥାଇ ଗ୍ରାମବାସି ଙ୍କୁ ପିଇବା ପାଇଁ ପାଣି ଭଲ ଭାବରେ ମିଳୁ ନ ଥିବା ଗ୍ରାମବାସି ପ୍ରକାଶ କରିଛନ୍ତି l ସୂଚନା ଅନୁଯାଇ ଉକ୍ତ ଗ୍ରାମରେ ୩୦୦ରୁ ଅଧିକ ଲୋକ ରୁହନ୍ତି, ଏଠାରେ ଗୋଟିଏ ମାତ୍ର ନଳକୁଅଁ ଅଛି l ଏତେ ପରିବାର ପାଇଁ ଏହି ନଳକୁଅଁ ରୁ ପାଣି ଯଥେଷ୍ଟ ହୋଇ ପାରୁ ନାହିଁ ତଥା ଏଠାକାର ନଳକୁଅଁ ପାଣି ଶୁଖିଯାଏ l ଗ୍ରାମବାସି ଏ ନଳକୁଅଁ ପାଣି ଅଭାବ ର ସମସ୍ୟା କୁ ନେଇ ଅନେକ ଥର ପ୍ରଶାସନ କୁ ସୂଚନା ଦେଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଉକ୍ତ ସମସ୍ୟା ର ସମାଧାନ ପାଇଁ ଧ୍ୟାନ ଦେଉ ନ ଥିବା ଗ୍ରାମବାସି ପ୍ରକାଶ କରିଛନ୍ତି l ସ୍ଥାନିୟ ସରପଞ୍ଚ, ବ୍ଲକ ଆରଡବ୍ଲୁ ଏସଏସ ଅଧିକାରୀ ବିଗତ ପାଞ୍ଚବର୍ଷ ଯୋଜନାରେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି ।ବର୍ତ୍ତମାନ ସମୟରେ ସରକାରଙ୍କ ମାଧ୍ୟମରେ ପ୍ରତ୍ୟେକ ଘର କୁ ପାଣି ଯୋଗାଇବାର ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆଜି ମଧ୍ୟ ଏହି ଅଞ୍ଚଳ ଯୋଜନା ରୁ ବଞ୍ଚିତ । ବାଲି ଶଙ୍କରା ପାନୀୟ ଜଳ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଭିନ୍ନ ସମୟରେ ପାନୀୟ ଜଳ ର ସୁବିଧା ପାଇ ଅନୁଦାନ ଆସୁଥିଲେ ମଧ୍ୟ ତାହା ଅଧିକାରୀଙ୍କ ପକେଟ୍ ଗରମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥି ପ୍ରତି ବ୍ଲକ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ଅତି ଶୀଘ୍ର ଉକ୍ତ ନଳ କୁଅଁ କୁ ମରାମତି କରିବା ସହ ପାଣିର ସୁବିଧା ଦୁର କରିବା ପାଇଁ ଦାବି ହେଉଛି ।

Related Posts

About The Author

Add Comment