କିଞ୍ଜିରକେଲା ଡିଗ୍ରୀ କଲେଜରେ ‘ପ୍ରାଚୀନତାରୁ ଆଧୁନିକତା ପର୍ଯ୍ୟନ୍ତ’ ଗବେଷଣା ପୁସ୍ତକ ଉନ୍ମୋଚନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୧୫/୧୧/୨୦୨୬( ସନ୍ଧାନ ନ୍ୟୁଜ) ଆମ ଐତିହ ଓ ସନ୍ଧାନ ନ୍ୟୁଜ ଆନୁକୂଲ୍ୟରେ କିଞ୍ଜିରକେଲା ଡିଗ୍ରୀ କଲେଜ ପରିସରରେ ‘ପ୍ରାଚୀନତାରୁ ଆଧୁନିକତା ପର୍ଯ୍ୟନ୍ତ’ ଶୀର୍ଷକ ଗବେଷଣା ପୁସ୍ତକ ଉନ୍ମୋଚନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ସନ୍ଧାନ ନ୍ୟୁଜର ସମ୍ପାଦକ ଶ୍ରୀଯୁକ୍ତ ମାନସ କୁମାର ରାଉତ ଓ +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୁରୁଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ କୁମାର ନାଏକ ଓ କିଞ୍ଜିରକେଲା ସରପଞ୍ଚ ବେନେଦିକ୍ତା ଟପୋ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ସମାଜସେବୀ ଇଲିଆସ୍ ତିର୍କୀ, ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ବସନ୍ତ ତାଜନ୍ ଏବଂ କିଞ୍ଜିରକେଲା ଡିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ମନୋଜ କୁମାର ପାଣିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମର ଆୟୋଜନରେ ସନ୍ଧାନ ନ୍ୟୁଜର ଜିଲ୍ଲା ପ୍ରତିନିଧି ରାଜୁ କୁମାର ପଟେଲ ଓ ବାଲିଶଙ୍କରା ବ୍ଲକ ପ୍ରତିନିଧି ଦୁର୍ଯ୍ୟୋଧନ ଗରଡ଼ିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉତ୍ସବରେ ସମ୍ବାଦର ବ୍ଲକ ପ୍ରତିନିଧି ପ୍ରଦୀପ କୁମାର ନନ୍ଦ, ସମାଜର ବ୍ଲକ ପ୍ରତିନିଧି ସତ ସେଠ, ସ୍ଥାନୀୟ ୟୁଟ୍ୟୁବର ଶାନ୍ତି ଓରାମ, ସନ୍ତୋଷ ସାହୁଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଗୀତ, କୁଇଜ୍, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।+୩ ମହାବିଦ୍ୟାଳୟର କୃତୀ ପ୍ରତିଯୋଗୀ:ଗୀତ: ପ୍ରଥମ ବିଦ୍ୟାଧର ସା, ଦ୍ୱିତୀୟ ଚିତ୍ରରେଖା ବଣ୍ଡା, ତୃତୀୟ ରୂପେଲି ରୋହିଦାସ।
କୁଇଜ୍: ପ୍ରଥମ ସୁମିରନ୍ କଳସେର, ଦ୍ୱିତୀୟ ଚିନ୍ମୟୀ ସା, ତୃତୀୟ ଝାଲକୁ ବେଗ।
ଚିତ୍ରାଙ୍କନ: ପ୍ରଥମ ଚିତ୍ରରେଖା ବଣ୍ଡା, ଦ୍ୱିତୀୟ ରାହୁଲ ନାଏକ, ତୃତୀୟ ରୂପେଲି ରୋହିଦାସ।
ପ୍ରବନ୍ଧ: ପ୍ରଥମ ସୁସ୍ମିତା ଓରାମ, ଦ୍ୱିତୀୟ ଦିଲେଶ୍ୱରୀ ଛଛାନ, ତୃତୀୟ ଝରଣା ବାଗ।
+୨ ମହାବିଦ୍ୟାଳୟର କୃତୀ ପ୍ରତିଯୋଗୀ:
ଗୀତ: ପ୍ରଥମ ଶିବାନୀ ମାହାତୋ, ଦ୍ୱିତୀୟ ଲିଶା କଉଡ଼ି, ତୃତୀୟ ନମିତା ବେହେରା।
କୁଇଜ୍: ପ୍ରଥମ ସୁଜାତା ଭିତ୍ରିଆ, ଦ୍ୱିତୀୟ ରୋହନ ପଶାୟତ, ତୃତୀୟ ସୁମନ୍ତ ମାଝୀ।
ଚିତ୍ରାଙ୍କନ: ପ୍ରଥମ ସାବିତ୍ରୀ ମିଞ୍ଜ, ଦ୍ୱିତୀୟ ଶୁଭମ୍ ରିହିଦାସ, ତୃତୀୟ ବିଶାଖା ବାଘୱାର।
ପ୍ରବନ୍ଧ: ପ୍ରଥମ ଭାଗ୍ୟବତୀ ରୋହିଦାସ, ଦ୍ୱିତୀୟ ସୀମା ପଟେଲ, ତୃତୀୟ ମନୋଜ ମାଝୀ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ କଳା, ସାହିତ୍ୟ, ସାଧାରଣ ଜ୍ଞାନ ଓ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହନ ଦେବା ସହ ଅଞ୍ଚଳର ଐତିହ, ସଂସ୍କୃତି ଓ ଗବେଷଣାମୂଳକ ଚିନ୍ତାଧାରାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାଂସ୍କୃତିକ ପରିବେଷଣ ଓ ପୁରସ୍କାର ବିତରଣ ମଧ୍ୟରେ ଉତ୍ସବଟି ସମ୍ପନ୍ନ ହୋଇଥିଲା।

Related Posts

About The Author

Add Comment