ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଏକତା ଦିବସ ପାଳନ

Spread the love

ଯାଜପୁର,  ୧/୧୧ /୨୬ (ସନ୍ଧାନ ନ୍ୟୁଜ) ଯାଜପୁର  ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଆନୁକୂଲ୍ୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ ଓ ଅଧ୍ୟକ୍ଷତାରେ ସିଭିଲ୍ କୋର୍ଟ, ଯାଜପୁର ପରିସରସ୍ଥ ଭିଡିଓ କନଫରେନ୍ସିଂ ହଲ୍ ରେ ଏକତା ଦିବସ ପାଳନ କରାଯାଇଛି।ଏହି ଅବସରରେ ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା। ଏହି ଅବସରରେ ଏହି ଦିବସ ପାଳନ “ବିଭିନ୍ନତା ମଧ୍ୟରେ ଏକତାର ଭାବନାକୁ ପ୍ରଚ୍ଛନ୍ନ କରେ ଏବଂ ଜାତୀୟ ଅଖଣ୍ଡତା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥାଏ। ଆଗାମୀ ପିଢ଼ିକୁ ଏକତା ଓ ଅଖଣ୍ଡତାର ମୂଲ୍ୟବୋଧକୁ ବଜାୟ ରଖିବାକୁ ଦେବା ଏହି ଦିବସର ମୂଳ ଲକ୍ଷ୍ୟ।” ବିଷୟବସ୍ତୁ ଉପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ହଲ୍, ସିଭିଲ୍ କୋର୍ଟ ପରିସରରେ ଏକ ଶପଥ ପାଠ କରାଯାଇଥିଲା।ଏହି ଶପଥ ପାଠ ସମାରୋହରେ ଅଦାଲତର ସମସ୍ତ ବିଚାରପତି ଯଥା ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଅଭିଳାଷ ସେନାପତି, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସର୍ବେଶ୍ୱର ଦାସ, ରେଜିଷ୍ଟ୍ରାର ଶ୍ରୀମତୀ ପଲ୍ଲବୀରାଣୀ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନେହା ଅଗ୍ରୱାଲ, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍.ଆର୍. ଏବଂ ଏଲ୍.ଟି.ଭି.) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ୍.ଡି.ଜେ.ଏମ୍. ଶ୍ରୀମତୀ ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାରପତି ଶ୍ରୀମତୀ ସୁନୀତା ବିଶ୍ୱାଳ, ଜେ.ଏମ୍.ଏଫ୍.ସି. ଶ୍ରୀମତୀ ବୀଣାପାଣି ତାଣ୍ଡି, ଜେ.ଏମ୍.ଏଫ୍.ସି. (ଏଲ୍.ଆର୍. ଏବଂ ଏଲ୍.ଟି.ଭି.) ଶ୍ରୀ ଅଂଶୁମାନ ରଥ ଅଂଶଗ୍ରହଣ କରିଥିଲେ।ପ୍ରାଧିକରଣର ଅଧ୍ୟକ୍ଷ ଅଦାଲତର ସମସ୍ତ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠା ଓ ଅଖଣ୍ଡତାର ଶପଥ ପାଠ କରାଇଥିଲେ। ଏହି ସମାରୋହକୁ ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ପରିଚାଳନା କରିଥିଲେ।

Related Posts

About The Author

Add Comment