ଟାଙ୍ଗର ଗାଁ ରେ ନଅ ଟି ଛେଳି ଚୋରି, ତଲସରା ଥାନା ରେ ଅଭିଯୋଗ l

Spread the love

ସୁନ୍ଦରଗଡ଼ ତା:୦୬-୧୦-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ କାଲି ରାତି ସମୟରେ ଟାଙ୍ଗର ଗାଁ ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଘରୁ ୯ଟି ଛେଳି ଚୋରି କରି ନେଇ ଯାଇଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ସବଡେଗା ବ୍ଲକ ତଲସରା ଥାନା ଅନ୍ତର୍ଗତ ଟାଙ୍ଗର ଗାଁ ଗ୍ରାମ ର ବିନୋଦ ସିଂହ (୪୮)ଙ୍କ ଘରୁ ଗତ ରାତି ପ୍ରାୟ ୧୦ଟା ୩୦ସମୟରେ କେହି ଅଜଣା ଦୁର୍ବୁତ୍ତ ବାଡ଼ିପଟୁ ଡେଇଁ ୯ଟି ଛେଳି ଚୋରି କରି ନେଇ ଯାଇଥିବା ସୂଚନା ମିଳିଛି l ଘର ଲୋକେ ରାତି ରେ ଖିଆପିଆ ସାରି ଶୋଇଥିବା ବେଳେ ଦୁର୍ବୁତ୍ତ ଘରର ବାହାର ପଟୁ କବାଟ ରେ ଶିକୁଳି ଦେଇ ଛେଳି ଚୋରାଇ ନେଇଥିବାଅଭିଯୋଗ କାରି ସୂଚନା ଦେଇଛନ୍ତି । ଛେଳି ଚୋରି ହେବା ପରେ ବାକି ଥିବା ଛେଳି ବୋବାଇବା ଶବ୍ଦ ଘର ଲୋକ ଶୁଣି ପାରି ପଡୋଶୀ ଙ୍କୁ ଖବର ଦେଇ ବାହାର ପଟେ କବାଟ ରେ ଶିକୁଳି ଖୋଲିବାକୁ କହିଥିଲେ l ପଡୋଶୀ ର ଲୋକେ ଆସି ବାହାରେ କବାଟ ରେ ଲାଗିଥିବା କବାଟ ରେ ଶିକୁଳି ଖୋଲିଥିଲେ l ବାହାର କୁ ଆସି ଛେଳି ଗୁହାଳ କୁ ଦେଖିଲା ବେଳେ ଗୁହାଳ ରେ ୯ଟି ଛେଳି ନାହିଁ ବୋଲି ଘର ଲୋକେ ପ୍ରକାଶ କରିଛନ୍ତି l ଏ ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଲିଖିତ ଅଭିଯୋଗ ପାଇ ତଲସରା ପୋଲିସ ତଦନ୍ତ ଜାରି ରଖିଛନ୍ତି l

Related Posts

About The Author

Add Comment