ବରଗଡ ୫/୧୦/୨୬ (ସନ୍ଧାନ ନ୍ୟୁଜ) ଗତକାଲି ସନ୍ଧ୍ୟା ସମୟରେ ପଦ୍ମପୁର ବ୍ଲକ୍ କୁମୀର ଗ୍ରାମପଞ୍ଚାୟତ ଅଧୀନ ସାରମସିଲି ଗ୍ରାମରେ ଜଙ୍ଗଲୀ ବରାହ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଆହତ ବ୍ୟକ୍ତି ହେଲେ ଗୌରଚନ୍ଦ୍ର ସାହୁ। ସୂଚନା ଅନୁଯାୟୀ, ଗୌରଚନ୍ଦ୍ର ସନ୍ଧ୍ୟା ସମୟରେ ଥିବା ବେଳେ ହଠାତ୍ ଏକ ଜଙ୍ଗଲୀ ବରାହ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ପରେ ପରିବାର ଲୋକେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପଦ୍ମପୁର ଡାକ୍ତରଖାନାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡ଼ିଛି।
ସାରମସିଲିରେ ଜଙ୍ଗଲୀ ବରାହ ଆକ୍ରମଣ: ଜଣେ ଗୁରୁତର, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି
|
October 5, 2026 |



